Odia News Portal

ଭିଏତନାମରେ ବନ୍ୟା ତାଣ୍ଡବ, ୧୩ ମୃତ ଏବଂ ୧୧ ନିଖୋଜ

ଅନେକ ଅଞ୍ଚଳରେ ବର୍ତ୍ତମାନ ପ୍ରବଳ ବର୍ଷା ଲାଗି ରହିଛି । ଏହାରି ମଧ୍ୟରେ ଭିଏତନାମରେ ମଧ୍ୟ ପ୍ରବଳ ବର୍ଷା ହେଉଛି । ଯାହା ଏବେ ଭିଏତନାମର କେତେକ ଅଞ୍ଚଳରେ ବନ୍ୟା ସୃଷ୍ଟି କରିଛି । ପ୍ରବଳ ବର୍ଷା ଯୋଗୁଁ ବନ୍ୟାରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି । ସୂଚନାନୁଯାୟୀ, ଭିଏତନାମରେ ପ୍ରବଳ ବର୍ଷା ଯୋଗୁଁ ଲୋକମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଭିଏତନାମରେ ବନ୍ୟା ପରିସ୍ଥିତି କାରଣରୁ ୧୩ ଜଣଙ୍କ ମୃତ୍ୟୁ ହୋଇଛନ୍ତି । ଏଥିସହ ୩୪ ଜଣ ଆହତ ଥିଲାବେଳେ ୧୧ ଜଣ ନିଖୋଜ ରହିଥିବା ଭିଏତନାମା ଡ୍ୟାମର ପରିଚାଳନା କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି । ଆହତମାନଙ୍କୁ ସେମାନଙ୍କ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହା ବ୍ୟତୀତ ନିଖୋଜମାନଙ୍କ ସନ୍ଧାନ ମଧ୍ୟ କରାଯାଉଛି । କିନ୍ତୁ ଖରାପ ପାଗ ଉଦ୍ଧାର କାର୍ଯ୍ୟରେ ବାଧା  ସୃଷ୍ଟି କରୁଛି ।ଅନ୍ୟପଟେ ଭିଏତନାମର ବନ୍ୟା ପ୍ରଭାବିତ ଅଞ୍ଚଳରେ ୧୧୬,୦୦୦ରୁ ଅଧିକ ଘର ବୁଡି ଯାଇଛି । ବନ୍ୟା ୪,୯୦୦ ହେକ୍ଟର  ଫସଲକୁ କ୍ଷତିଗ୍ରସ୍ତ କରିଛି । ଏହା ବ୍ୟତୀତ ବନ୍ୟା କାରଣରୁ ବିଦ୍ୟୁତ୍ ସେବା ୪ଟି ପ୍ରଦେଶ ଏବଂ ସହରର ୪,୩୮,୦୦୦ ରୁ ଅଧିକ ପରିବାରକୁ ପ୍ରଭାବିତ କରିଛି ।