Odia News Portal

ଭୁବନେଶ୍ବର ଏୟାରପୋର୍ଟରୁ ଧରାପଡ଼ିଲା ବିଦେଶୀ ସିଗାରେଟ୍, ଜବତ କଲା କଷ୍ଟମସ୍ ବିଭାଗ

ବିନା କଷ୍ଟମସ୍ ଚାର୍ଜରେ ସିଗାରେଟ୍ ଚାଲାଣ ।  ଭୁବନେଶ୍ବର ଏୟାରପୋର୍ଟରୁ ଧରାପଡ଼ିଲା ବିଦେଶୀ ସିଗାରେଟ୍ ।  ପୁଳା ପୁଳା ବିଦେଶୀ ସିଗାରେଟ୍ ଜବତ କଲା କଷ୍ଟମସ୍ ବିଭାଗ ।  ଗତକାଲି ଦୁବାଇରୁ ଭୁବନେଶ୍ବର ଆସିଥିବା ବିମାନର ୮ଜଣ ଯାତ୍ରୀଙ୍କ ଠାରୁ ସିଗାରେଟ୍ ଠାବ ହୋଇଛି ।

୫ଜଣ ଉତ୍ତରପ୍ରଦେଶ ରାମପୁରର ଓ ୩ ଜଣ ଦିଲ୍ଲ ଯାତ୍ରୀ ।  ସେମାନଙ୍କ ବ୍ୟାଗରୁ ୨୫୦ରୁ ଅଧିକ ସିଗରେଟ୍ ଜବତ ହୋଇଛି ।  ସମସ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି କଷ୍ଟମସ୍ ବିଭାଗ ।