ବେଆଇନ କରତକଳରେ ବନ ବିଭାଗର ଚଢ଼ଉ By Swadhikar News Last updated Sep 11, 2025 ସୋର ଥାନା ଅଧିନ ଇଲାମପଦା ଓ ଜଗନ୍ନାଥପୁରରେ ଦୀର୍ଘଦିନ ଧରି ଚାଲିଥିବା ବେଆଇନ କରତକଳ ଉପରେ ବନ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। ସୂଚନା ଅନୁସାରେ ଦୀର୍ଘଦିନ ଧରି ଚାଲିଥିବା ଏହି ବେଆଇନ କରତକଳ ଉପରେ ଗୁରୁବାର ଭୋର ସମୟରେ ଚଢ଼ଉ ହୋଇଛି। ଏହି ସମୟରେ କରତକଳର ମାଲିକ ଓ କର୍ମଚାରୀମାନେ ଫେରାର ହୋଇଯାଇଥିବା ବେଳେ ୨୦ ଲକ୍ଷରୁ ଅଧିକ ଟଙ୍କାର ଦାମୀ କାଠ ଓ ଯନ୍ତ୍ରାଂଶ ଜବତ କରାଯାଇଥିଲା। ଏନେଇ ବନ ବିଭାଗ ପକ୍ଷରୁ ମାମଲା ରୁଜୁ କରାଯାଇ ଘଟଣାର ଅଧିକ ତଦନ୍ତ ଆରମ୍ଭ କରାଯାଇଥିବା ଜଣାପଡିଛି। forest departmentswadhikarswadhikar news Share