Odia News Portal

ଗ୍ରୀଷ୍ମ ଆରମ୍ଭରୁ ଜଳିଲା ଜଙ୍ଗଲ, ସାଟ୍‌ଲାଇଟରେ ମିଳୁଛି ସୂଚନା

ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହେଉଛି କନ୍ଧମାଳ ଜିଲ୍ଲା। ଏହି ଜିଲ୍ଲା ପାହାଡ଼ ପର୍ବତ ଘେରା ଅଂଚଳ।ଜଙ୍ଗଲରେ ପରିପୂର୍ଣ୍ଣ ସାରା ଜିଲ୍ଲାରେ ବ୍ୟାପିଛି ଶାଳ, ପିଆଶାଳ, ଶାଗୁଆନ, ଶିଶୁ, ଗଛର ବଣ। ଏହା ସହ ଆମ୍ବ, ପଣସ, ମହୁଲ ଗଛ ମଧ୍ୟ ଭରି ହୋଇ ରହିଛି। ମୂଲ୍ୟବାନ ଔଷଧୀୟ ବୃକ୍ଷମଧ୍ୟ ରହିଛି। ଏହି ଜଙ୍ଗଲ ସବୁ ପ୍ରକୃତିର ଦାନ ଆଉ କିଛି ଜଙ୍ଗଲ ବିଭାଗ ବନୀକରଣ ଦ୍ୱାରା ସୃଷ୍ଟି କରିଛନ୍ତି।ଶହଶହ ବର୍ଷ ଧରି ରହିଥିବା ବିଶାଳ ଜଙ୍ଗଲ ଧ୍ୱଂସ ହେବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛି ମଣିଷ। ଜଙ୍ଗଲର ଲୋଭନୀୟ କାଠ କାଟି ବିକ୍ରି କରିବା ସହ ଜାଳେଣି ପାଇଁ କାଠ କାଟିବା ଅଙ୍ଗାର କରିବା ଭଳି କାରଣ ରହିଛି ଜଙ୍ଗଲ ଧ୍ୱଂସ ହେବାର।ବର୍ତ୍ତମାନ କିଛି ବର୍ଷ ହେଲା ଜଙ୍ଗଲରେ ନିଆଁ ଲାଗିବା ସମସ୍ୟା ଜଙ୍ଗଲ ଧ୍ୱଂସର ପ୍ରମୁଖ ଜାରଣ ପାଲଟିଛି କନ୍ଧମାଳ ଜିଲ୍ଲାରେ। ପ୍ରତ୍ୟକ ବର୍ଷ ଗ୍ରୀଷ୍ମ ଋତୁର ଆରମ୍ଭରେ ଜଙ୍ଗଲରେ ନିଆଁ ଲାଗିବା ଆରମ୍ଭ ହୋଇଥାଏ। ନିଆଁ ଲିଭେଇବା ନିମନ୍ତେ ଜଙ୍ଗଲ ବିଭାଗ ପକ୍ଷରୁ କୌଣସି ସ୍ବତନ୍ତ ବ୍ୟବସ୍ତା କରାନଯିବା ଯୋଗୁଁ ଜଙ୍ଗଲରେ ନିଆଁ ବ୍ୟାପିଥାଏ।ଚଳିତ ବର୍ଷ ଗ୍ରୀଷ୍ମ ଋତୁର ଆରମ୍ଭରୁ ସ୍ଥାନୀୟ ଅଞ୍ଚଳରେ ଜଙ୍ଗଲ ଗୁଡିକରେ ନିଆଁ ଲାଗିଥିବା ଦୃଶ୍ୟ ଦେଖିବାକୁ ମିଳୁଛି। ଜଙ୍ଗଲ ଅଞ୍ଚଳ ପାଖରେ ଥୁବା ଏବଂ ଜଙ୍ଗଲ ଉପରେ ନିର୍ଭର କରୁଥିବା ଲୋକଙ୍କ ଭିତରେ ସଚେତନ ଅଭାବ ଯୋଗୁଁ କିଛି ନ୍ୟର୍ଥ ସ୍ୱାର୍ଥ ଲୋକ ଜଙ୍ଗଲରେ ନିଆଁ ଲଗେଇ ଜାତୀୟ ସମ୍ପତି ନଷ୍ଟ କରିବା ସହ ପରିବେଶ ପ୍ରତି ବିପଦ ସୃଷ୍ଟି କରିଚାଲିଛନ୍ତି। ଜଙ୍ଗଲ ବିଭାଗ ପକ୍ଷରୁ ବ୍ୟାପକ ସଚେତନତା ବ୍ୟବସ୍ଥା କରିବାର ଆବଶ୍ୟକ ରହିଛି।ଜଙ୍ଗଲ ଗୁଡିକରେ ପୋଡ଼ୁ ଚାଷ,ବନ୍ୟଜନ୍ତୁ ଶିକାର କରିବା ହେଉ କି କାଠ, ଅଙ୍ଗାର ସଂଗ୍ରହ ନିମନ୍ତେ ନିଆଁ ଲଗାଇବା ଏବଂ ମହୁଲ ସଂଗ୍ରହ ନିମନ୍ତେ ନିଆଁ ଲଗାଯାଉଥିବା ଜଣା ପଡ଼ିଛି।ଜଙ୍ଗଲରେ ନିଆଁ ଲାଗିଲେ ସୂଚନା ପାଇବା ନିମନ୍ତେ ଜଙ୍ଗଲ ବିଭାଗ ପକ୍ଷରୁ ପ୍ରଯୁକ୍ରି ବିଦ୍ୟାର ସହାରା ନିଆଜାଇଛି। ସେଟଲାଇଟ ଜରିଆରେ ସ୍ଥାନୀୟ ବିଭାଗୀୟ ଅଧିକାରୀ ସୂଚନା ପାଇପାରୁଛନ୍ତି କେଉଁ ଜଙ୍ଗଲରେ ନିଆଁ ଲଗିଛି।ସେଇ ଜଙ୍ଗଳରେ ପହଞ୍ଚି ନିଆଁ ଲିଭାଇବା  ନିମନ୍ତେ ପର୍ଯ୍ୟାପ୍ତ କର୍ମଚାରୀ ର ଅଭାବ ରହିଛି। ନିଆଁ ଲିଭାଇବା ନିମନ୍ତେ ଗଲା ବେଳକୁ ଜଙ୍ଗଲ ନିଆଁ କିଲୋମିଟର କିଲୋମିଟର ବ୍ୟାପି ଯାଇଥାଏ।ସ୍ଥାନୀୟ ବନବିଭାଗ କାର୍ଯ୍ୟାଳୟ ଅଧୀନରେ ପ୍ରାୟ ୨୦ବର୍ଗ କିମି ବ୍ୟାପି ଜଙ୍ଗଲ ରହିଥିବା ବେଳେ ୮ଗୋଟି ବିଟ ରହିଛି।