Odia News Portal

ନଦୀ ପାର ହେଉଥିଲେ, ଭାସିଗଲେ

ଗଜପତି: ନଦୀ ପାର୍ ହେବା ବେଳେ ଭାସିଗଲେ ଯୁବକ। ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ସଇଲଡା ଗାଁରେ ଏହି ଅଘଟଣ ଘଟିଛି। ନିଖୋଜ ଯୁବକ ସଇଲଡା ଗାଁର ଜି.ରାମୁ। ଗତକାଲି ସେ ମହେନ୍ଦ୍ର ତନୟା ନଦୀ ପାର୍ ହେଉଥିବାବେଳେ ପାଣି ସ୍ରୋତରେ ଭାସି ଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଓ ଓଡ୍ରାଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ୟ୍ୟ ଜାରି ରଖିଛି। ଏପଟେ ଜିଲ୍ଲାରେ ପଡିଛି ବାତ୍ୟା ଗୁଲାବ ପ୍ରଭାବ। ବର୍ଷା ସହ ଜୋରରେ ପବନ ବୋହୁଛି। କିଛି ସ୍ଥାନରେ ଗଛ ଉପୁଡି ଘର ଉପରେ ପଡିଛି। ରାସ୍ତା ଉପରେ ଗଛ ଓ ବିଦ୍ୟୁତ୍ ଖୁଣ୍ଟ ଉପୁଡି ପଡିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି।