Odia News Portal

ମହାତ୍ମା ଗାନ୍ଧୀଙ୍କ ଶରଣରେ ବିଜେପି ବିଧାୟକ

ଭୁବନେଶ୍ୱର() ଯାଜପୁର ପିଇଓ ସ୍ମିତାରାଣୀଙ୍କ ହତ୍ୟା ଘଟଣାରେ ସିବିଆଇ ତଦନ୍ତ ଦାବି କରି ବିଧାନସଭାରେ ବିଜେପି ବିଧାୟକମାନେ ଫେଲ ମାରିବା ପରେ ଏବେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଶରଣରେ ପଶିଛନ୍ତି । ବିଧାନସଭା ଅଧିବେଶନ ଆରମ୍ଭରୁ ବିଜେପି ଓ କଂଗ୍ରେସ ବିଧାୟକ ମାନେ ଗୃହରେ ଏହି ଦାବିରେ ପ୍ରବଳ ହଟ୍ଟଗୋଳ କଲେ । ଗୃହ କାର୍ଯ୍ୟ ବାରମ୍ବାର ଅଚଳ ହେଲା । ବିଜେପି ବିଧାୟକ ମାନେ ମୁହଁରେ କଳା ପଟି ବାନ୍ଧି ବିଧାନସଭାରେ ବସିଲେ । କୌଣସି ଆଲୋଚନାରେ ଭାଗ ନେଲେ ନାହିଁ । ହେଲେ ସରକାର କିଛି ଶୁଣିଲେ ନାହିଁ । ସରକାର କେବଳ ମୁଲତବି ପ୍ରସ୍ତାବର ଉତ୍ତର ଦେଇ ସ୍ମିତାରାଣୀ ଆତ୍ମହତ୍ୟା କରିଛନ୍ତି ବୋଲି କହି କଥାକୁ ଏଡାଇ ଗଲେ । କଂଗେସ ହୋ ହାଲ୍ଲାରୁ ନିବୃତ ରହି ଶେଷରେ ହାରିଗଲା ଭଳି ଗୃହ କାର୍ଯ୍ୟରେ ସହଯୋଗ କଲା । କିନ୍ତୁ ବିଜେପି ତାର ମୂଳ ଦାବିରୁ ନ ଓହରି ଶେଷରେ କୌଣସି ବାଟ ନ ପାଇ ଏବେ ଯାଇଁ ବିଧାନସଭା ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୁର୍ତ୍ତି ତଳେ ଧାରଣା ଦେଇ ବସିଛନ୍ତି ଏବଂ ମହାତ୍ମା ଗାନ୍ଧୀଙ୍କ ଶରଣରେ ପଶିଛନ୍ତି । ମହାତ୍ମା ଗାନ୍ଧୀଙ୍କ ଅହିଂସା ମାର୍ଗରେ ବିଜେପି ତାର ଦାବି ହାସଲ କରିବ ବୋଲି କହିଛି ଏବଂ ଏହା ପରେ ବିଜେପି ବିଧାୟକ ମାନେ ଘଟଣାର ସିବିଆଇ ତଦନ୍ତ ଦାବି କରି ରାଜ୍ୟପାଳଙ୍କୁ ଭେଟିବେ ବୋଲି ନିଷ୍ପତି କରିଛନ୍ତି ।