Odia News Portal

କଟକରେ ନାବାଳିକାଙ୍କୁ ବସ୍‌ ଭିତରେ ଅସଦାଚରଣ ଅଭିଯୋଗରେ ଧରାପଡ଼ିଲା ଅଭିଯୁକ୍ତ କଣ୍ଡକ୍ଟର

କଟକରେ ନାବାଳିକାଙ୍କୁ ବସ୍‌ ଭିତରେ ଅସଦାଚରଣ ଅଭିଯୋଗରେ ଧରାପଡ଼ିଲା ଅଭିଯୁକ୍ତ କଣ୍ଡକ୍ଟର । ଗତକାଲି ରାତିରେ ତାକୁ ଅଟକ ରଖିଛି ପୋଲିସ୍ । ଅଭିଯୁକ୍ତକୁ ପଚରାଉଚରା କରାଯାଉଛି । ଆଜି ତାଙ୍କୁ ଗିରଫ କରିପାରେ ପୋଲିସ୍ । ଘଟଣା ପରଠୁ ଅଭିଯୁକ୍ତ କଣ୍ଡକ୍ଟର ଫେରାର୍‌ ଥିଲା । ତାକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ତନାଘନା ତଦନ୍ତ କରିଥିଲା କମିଶନରେଟ ପୋଲିସ୍ । ଅନୁଗୋଳ ଯାଇ ବି ଖୋଳତାଡ ହୋଇଥିଲା । ବସ୍‌ ମାଲିକଙ୍କୁ ପଚରାଉଚରା କରାଯାଇଥିଲା । ସିସିଟିଭି ଫୁଟେଜ୍‌ ଯାଞ୍ଚ କରିଛି ପୋଲିସ୍ ।

ବସ୍‌ଟି ପ୍ରତିଦିନି କଟକରୁ ଅନୁଗୋଳ ଯାଆସ କରିଥାଏ । ଅଭିଯୋଗ ଅନୁଯାୟୀ, କଟକରେ ଅନୁଗୋଳ ବସଷ୍ଟାଣ୍ଡରେ ଏହି ଘଟଣା ଘଟିଥିଲା । ବସଷ୍ଟାଣ୍ଡରେ ଝିଅକୁ ତାଙ୍କ ବାପା କିଛି ସମୟ ପାଇଁ ଛାଡ଼ି ବାହାରକୁ ଯାଇଥିବା ବେଳେ ଏଭଳି କୁତ୍ସିତ ଓ ଘୃଣ୍ୟ କାମ କରିଥିଲା ବସ୍‌ କଣ୍ଡକ୍ଟର । ନାବାଳିକାଙ୍କୁ ଏକୁଟିଆ ପାଇ ବସ୍‌ କଣ୍ଟକ୍ଟର ଅସଦାଚରଣ ଉଦ୍ୟମ କରିଥିଲା । ବଳପୂର୍ବକ ତାଙ୍କୁ ବସ୍‌ ଭିତରୁ ନେଇ ଯାଇଥିଲେ । ଅସଦାଚରଣ ଉଦ୍ୟମ ବେଳେ ଚିତ୍କାର କରି ବସ୍‌ରୁ କୌଣସି ପ୍ରକାରେ ଓହ୍ଲାଇ ଆସିଥିଲେ ନାବାଳିକା । ନାବାଳିକାଙ୍କ ପରିବାର ବାଦାମବାଡି ଥାନାରେ ଏତଲା ଦେଇଥିଲେ। ପୋକ୍‌ସୋ ଆଇନ ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଚଳାଇଛି ପୋଲିସ୍ ।