Odia News Portal

୧୫ ବର୍ଷର ବାଳିକାକୁ ଗଣଦୁଷ୍କର୍ମ

ରାଜସ୍ଥାନର ଢେଲପୁରରେ  ଏକ ଆଶ୍ଚର‌୍ୟ୍ୟଜନକ ଘଟଣା ଘଟିଛି । ଜଣେ ୧୫ ବର୍ଷର ନାବାଳିକାକୁ ତିନିଜଣ ବ୍ୟକ୍ତି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଖବର ଅନୁଯାୟୀ ଝିଅଟି ଏକ ଚାଷ ଜମିରୁ ଫେରୁଥିବା ବେଳେ ଏହି ଭୟଙ୍କର ଘଟଣା ଘଟିଥଲା। ଢେଲଲପୁରର ମହିଳା ପୋଲିସ ଷ୍ଟେସନର ଇନ୍‌ଚାର୍ଜ ଅଫିସର ମଞ୍ଜୁ ଫଉଜ ଜଦାର କହିଛନ୍ତି ଯେ ନାବାଳିକା ଜଣକ ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତାହା ଛଡା ମଞ୍ଜୁ ଫଉଜ୍‌ଦାର କହିଛନ୍ତି ଯେ  ପୀଡିତାଙ୍କ ଘର ନିକଟରେ ଏହି ଘଟଣା ଘଟିଛି। ରାଜ୍ୟ ମେଡିକାଲ ବୋର୍ଡ ନାବାଳିକାର ଡାକ୍ତରୀ ପରୀକ୍ଷା ଉପରେ ତଦାରଖ କରୁଛନ୍ତି ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ମହିଳା ପୋଲିସ ଷ୍ଟେସନରେ ଗ୍ୟାଙ୍ଗ ବଳାତ୍କାର ମାମଲା ରୁଜୁ ହୋଇଛି ଏବଂ ଅଧିକ ତଦନ୍ତ ଚାଲିଛି। ଫଉଜ୍‌ଦାରଙ୍କ କହିବା  ଅନୁଯାୟୀ, ପୋସ୍କୋ ଆକ୍ଟର ସମ୍ପୃକ୍ତ ବିଭାଗ ଏବଂ ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୭୬ଡି ଅନୁଯାୟୀ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।