Odia News Portal

ବ୍ରହ୍ମପୁର: ୨୪୦ କିଲୋ ଗଞ୍ଜେଇ ଜବତ

ସହର ଉପକଣ୍ଠ ପୁକୁଡ଼ିବନ୍ଧ ଜାତୀୟ ରାଜପଥ ନିକଟରୁ ରବିବାର ଅବକାରୀ ଗୁଇନ୍ଦା ବିଭାଗ ୨୪୯ କିଲୋ ଗଞ୍ଜେଇ ଜବତ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ ବୋଲି ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଅବକାରୀ ଡେପୁଟି କମିଶନର ଡମ୍ବୁରୁଧର ଖଣ୍ଡା। ଗଞ୍ଜେଇ ସହ ଏକ ଟ୍ରକକୁ ଅବକାରୀ ବିଭାଗ ଜବତ କରିଛି।