Odia News Portal

ଗ୍ୟାସ ଲିକ୍‌: ୧୯ ଗୁରୁତର

ଢେଙ୍କାନାଳ ଜିଲ୍ଲା ମେରାମଣ୍ଡଳୀ ସ୍ଥିତ ଟାଟା ଷ୍ଟିଲ ପ୍ଲାଣ୍ଟରେ ଆଜି ଅପରାହ୍ଣରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ଏଠାରେ ବ୍ଲାଷ୍ଟ ଫର୍ଣ୍ଣେସର ଷ୍ଟିମ୍ ଲାଇନ୍ ବିସ୍ଫୋରଣ ଘଟି ୧୯ ଜଣ ଗୁରୁତର ହୋଇଥିବା ଜଣାଯାଇଛି। ସମସ୍ତ ଗୁରୁତରଙ୍କୁ କଟକର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଢେଙ୍କାନାଳ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ସୂଚନା ଅନୁଯାୟୀ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ମାତ୍ର ଅନ୍ୟମାନଙ୍କ ଅବସ୍ଥା ନର୍ମାଲ୍ ଅଛି।