Odia News Portal

ଗୋପାଳଙ୍କ ଭାଇଙ୍କୁ ଉଠାଇନେଲା କ୍ରାଇମବ୍ରାଞ୍ଚ୍

କ୍ରାଇମବ୍ରାଞ୍ଚର ୪ଜଣିଆ ଟିମ ଅଭିଯୁକ୍ତ ଗୋପାଳ ଦାସଙ୍କ ପୂରା ପରିବାରକୁ ପଚରା ଉଚରା କରିଛି । ପ୍ରଥମ ପର୍ଯ୍ୟାୟରେ ପଚରାଉଚରା ପରେ ଅଭିଯୁକ୍ତ ଗୋପାଳ ଦାସଙ୍କ ବଡ଼ ଭାଇଙ୍କୁ କ୍ରାଇମବ୍ରାଞ୍ଚ ଉଠାଇ ନେଇଛି । ଯାହାକୁ ନେଇ ବଡ଼ ଚର୍ଚ୍ଚା ସାମ୍ନାକୁ ଆସିଛି । ରାଜ୍ୟର ବିରୋଧୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପରିବାର ହତ୍ୟା କାଣ୍ଡ ପଛରେ ବଡ଼ ଷଡଯନ୍ତ୍ର ଥିବା ସନ୍ଦେହ କରୁଥିବା ବେଳେ ଆଜିର ଏହି ଘଟଣା ପରେ ଏହା ଅଧିକ ଚର୍ଚ୍ଚା ପରିସରକୁ ଆସିଛି ।

ତେବେ ଘଟଣାରେ ଅଭିଯୁକ୍ତ ଗୋପାଳ ଦାସଙ୍କ ଭାଇଙ୍କର ସମ୍ପୃକ୍ତି ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ କ୍ରାଇମବ୍ରାଞ୍ଚ ଗୋପାଳଙ୍କ ଭାଇଙ୍କୁ କେଉଁ ସ୍ଥାନକୁ ଉଠାଇନେଇଛନ୍ତି ସେ ସମ୍ପର୍କରେ କୌଣସି ସୂଚନା ସାମ୍ନାକୁ ଆସିନାହିଁ । ଗତକାଲି ଗୋପାଳଙ୍କ ଭାଉଜ ତଥା ବଡ଼ ଭାଇଙ୍କ ପତ୍ନୀ ଗଣମାଧ୍ୟମକୁ  ପ୍ରତିକ୍ରିୟା ଦେଇ କହିଥିଲେ ଯେ, ତାଙ୍କର ସ୍ୱାସ୍ଥ୍ୟ ଭଲନଥିବାରୁ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବେନାହିଁ । ତେବେ କ୍ରାଇମବ୍ରାଞ୍ଚ ପଚରା ଉଚରା କରି ଏପରି କି ଗନ୍ଧ ବାରିଲା ଯେ ଗୋପାଳଙ୍କ ଭାଇଙ୍କୁ ଉଠାଇନେଲା । ତାହା ବର୍ତ୍ତମାନ ଆଲୋଚନାର ମୁଖ୍ୟ ବିଷୟ ପାଲଟିଛି ।