Odia News Portal

ଗୌରାଙ୍ଗଙ୍କ ପାଇଁ ସରକାରୀ ଘର ସାତସପନ

କୁଡ଼ିଆରେ ଛଅ ପ୍ରାଣୀ କୁଟୁମ୍ବଙ୍କୁ ନେଇ ପଲିଥିନ ତଳେ ଜୀବନ ବିତାଉଛନ୍ତି ଶିଆଳିଆ ଗାଁର ଗୌରାଙ୍ଗ ମଲିକ। ବାତ୍ୟା ଭୟ ସେମାନଙ୍କୁ ଚିନ୍ତାରେ ପକାଇଛି। ଏମାନଙ୍କ ଲାଗି ସରକାରୀ ଯୋଜନା ପାଲଟିଛି ସାତ ସପନ । ବରାଡ଼ିଆ ପଞ୍ଚାୟତ ଶିଆଳିଆ ଗାଁର ଦିନ ମଜୁରିଆ ଗୌରାଙ୍ଗ। ପରିବାର କହିଲେ ବୃଦ୍ଧା ମା’ ସେବତୀ ମଲିକ (୬୨) ଓ ମା’ ଛେଉଣ୍ଡ

ଚାରି ଝିଅ ମଧୁସ୍ମିତା(୧୩), ସୁଚିସ୍ମିତା(୧୦), ଯୋତି(୯) ଓ ଅଙ୍କିତା (୩ )। ଦୀର୍ଘ ଦୁଇ ବର୍ଷ ହେବ ଭଙ୍ଗା ଚାଳ ଛପର ଘରେ ରହି ଆସୁଥିଲେ । ହେଲେ ଲଗାଣ ବର୍ଷା ଫଳରେ ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ଫଳରେ ଗୌରାଙ୍ଗ ଗାଁ ରାସ୍ତା କଡରେ ପାଞ୍ଚ ମାସ ହେବ ପଲିଥିନ କୁଡ଼ିଆ ପରିବାର ସହ ରହି ଆସୁଛନ୍ତି | ଗୌରାଙ୍ଗ ମଜୁରି ଲାଗିଲେ ପରିବାରରେ ଖୋଲା ଆକାଶ ତଳେ ରୋଷେଇ କରିଥାନ୍ତି ଗୌରାଙ୍ଗଙ୍କ ମା’| ବର୍ଷା ହେଲେ ରୋଷେଇ ବନ୍ଦ | ପରିବାର ଶୁଖିଲା

ଖାଦ୍ୟ ଖାଇଥାନ୍ତି । ବହୁ ଘାତ ପ୍ରତିଘାତ ଭିତରେ ଜୀବନକୁ ବାଜି ଲଗାଇ ସେମାନେ ଏଠାରେ

ଆମ ଭଳି ଗରିବ ଲୋକ ବାଦ୍ ପଡ଼ିଛନ୍ତି ବୋଲି ଗୌରାଙ୍ଗ କହିଛନ୍ତି। ଗାଁ ଲୋକମାନେ କହିଛନ୍ତି

ପଲିଥିନ ତଳେ ୬ ପ୍ରାଣୀ କୁଟୁମ୍ବ

ରହୁଛନ୍ତି ବୋଲି କହିଛନ୍ତି ଗୌରାଙ୍ଗ । ଦୁଇ ବର୍ଷ ହେବ ଘର ଖଣ୍ଡେ ଲାଗି ପଞ୍ଚାୟତରୁ ବ୍ଲକ ଅଫିସ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି। ହେଲେ ଘର ଖଣ୍ଡେ ତାଙ୍କ ଭାଗ୍ୟରେ ନାହିଁ ।  ସରକାରୀ ଘର ହାତେଇ ନେଉଥିବା ବେଳେଯେ ପ୍ରଶାସନିକ ଅଧିକାରୀଙ୍କ ଉଦାସୀନତା ଯୋଗୁଁ ଗରିବ ଗୌରାଙ୍ଗଙ୍କୁ ଘର ଖଣ୍ଡେ ମିଳୁନାହିଁ ଘର ! ଏ ସମ୍ପର୍କରେ ବିଡ଼ିଓ କୈଳାସ ଚନ୍ଦ୍ର ମହାଳିକ କହିଛନ୍ତି ଯେ ସେ ପିଇଓଙ୍କୁ ପଠାଇ ତଦନ୍ତ କରିବେ।

ତାଙ୍କୁ କିମିତି ଘର ମିଳିବ ସେ କହିଛନ୍ତି