Odia News Portal

ସଚିବାଳୟ ପରିସରରେ ‘ରିଲ୍ସ’ ଉପରେ ରୋକ୍, କଟକଣା ଲଗାଇଛନ୍ତି ସରକାର

ସଚିବାଳୟ ପରିସରରେ ‘ରିଲ୍ସ’ ଉପରେ ରୋକ୍ । ଏଣିକି ସରକାରୀ ଅଫିସରେ ରିଲ୍ସ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ । ସରକାରୀ ଅଫିସ୍ ରେ ରିଲ୍ସ କରିବା ଉପରେ କଟକଣା ଲଗାଇଛନ୍ତି ସରକାର ।  ଲୋକସେବା ଭବନ, ରାଜୀବ ଭବନ ଓ ଖାରବେଳ ଭବନରେ ରିଲ୍ସ ମନା ହୋଇଛି ।  ସେହିପରି ସମ୍ବେଦନଶୀଳ ସରକାରୀ ପ୍ରତିଷ୍ଠାନରେ ମଧ୍ୟ ରିଲ୍ସ କରିବା ଉପରେ କଟକଣା ଲାଗିଛି ।  ଭିଡିଓ, ଫଟୋ ସୋସିଆଲ ମିଡିଆରେ ଅପଲୋଡିଂ କରିପାରିବେ ନାହିଁ ।ଏନେଇ ଗୃହ ବିଭାଗ ପକ୍ଷରୁ ଏ ନେଇ ନିର୍ଦ୍ଦେଶନାମା ଜାରି ହୋଇଛି  ସମସ୍ତ ସରକାରୀ କର୍ମଚାରୀ, ଅଧିକାରୀ ଓ ଭିଜିଟର୍ସଙ୍କ ପାଇଁ କଟକଣା ଲାଗୁ ହୋଇଛି । ନିୟମ ଉଲ୍ଲଙ୍ଘନ କଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି । ଏଭଳି କାର୍ଯ୍ୟକଳାପ ଦ୍ୱାରା ଶାସନ ବ୍ୟବସ୍ଥାର ଗୁରୁତ୍ୱ ଏବଂ ଅଫିସ ଶୃଙ୍ଖଳା ପ୍ରଭାବିତ ହେବା ଆଶଙ୍କା ରହିଛି। ଭିତର ଦୃଶ୍ୟ ସୋସିଆଲ ମିଡିଆରେ ପ୍ରସାରିତ ହେବା ସୁରକ୍ଷା ଦୃଷ୍ଟିକୋଣରୁ ବିପଜ୍ଜନକ ।