ରାଜଭବନରେ ନୂଆଁଖାଇ: ରାଜ୍ୟବାସୀଙ୍କ ଶୁଭ ମନାସିଲେ ରାଜ୍ୟପାଳ By Swadhikar News Last updated Aug 28, 2025 ରାଜଭବନରେ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ପାଳିତ ହୋଇଯାଇଛି । ଗୁରୁବାର ଦିନ ପୂର୍ବାହ୍ନରେ ରାଜଭବନର ଅଭିଷେକ ହଲଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ମାନ୍ୟବର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଏବଂ ରାଜ୍ୟର ମାନ୍ୟବର ପ୍ରଥମ ମହିଳା ଜୟଶ୍ରୀ କମ୍ଭମପାଟି ଇଷ୍ଟଦେବୀ ମା’ ସମଲେଶ୍ଵରୀଙ୍କର ପୂଜାର୍ଚ୍ଚନା କରି ନୂଆ ଧାନ ଓ ନବାନ୍ନ ଅର୍ପଣ କରିଥିଲେ ଏବଂ ରାଜ୍ୟବାସୀଙ୍କର ଶୁଭ ମନାସିଥିଲେ । ରାଜ୍ୟପାଳଙ୍କ କମିସନର- ତଥା- ଶାସନ ସଚିବ ରୂପା ରୋଶନ ସାହୁଙ୍କ ସମେତ ରାଜଭବନର ଅଧିକାରୀ ଓ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଇଷ୍ଟଦେବୀଙ୍କର ଆଶୀର୍ବାଦ ଭିକ୍ଷା କରିଥିଲେ ଏବଂ ନବାନ୍ନ ଭକ୍ଷଣ କରିଥିଲେ ।ଏହି ଅବସରରେ ଏକ ବାର୍ତ୍ତାରେ ରାଜ୍ୟପାଳ ଡ଼. କମ୍ଭମପାଟି କୃଷକ ଭାଇ ଭଉଣୀ ତଥା ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ସେମାନଙ୍କର ସୁଖ ସମୃଦ୍ଧି ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି ଏବଂ କୃଷି କ୍ଷେତ୍ରରେ ଓଡିଶାକୁ ଏକ ଅଗ୍ରଣୀ ଓ ପ୍ରଗତିଶୀଳ ରାଜ୍ୟରେ ପରିଣତ କରିବାକୁ ଆହ୍ଵାନ ଜଣାଇଛନ୍ତି । swadhikarswadhikar news Share