Odia News Portal

କଟକ ଏସିସିବିରୁ ଭୁବନେଶ୍ୱର ଏୟାରପୋର୍ଟ ଯାଏଁ ରୋଗୀଙ୍କୁ କରାଗଲା ଏୟାରଲିପ୍ଟ

ଗ୍ରୀନ୍ କରିଡରରେ କଟକ ଏସସିବିରୁ ଭୁବନେଶ୍ବର ଏୟାରପୋର୍ଟ । ଜଣେ ରୋଗୀଙ୍କୁ କଟକ ଏସସିବିରୁ ଏୟାର ଲିଫ୍ଟ କରାଯାଇଛି । ଏଥିପାଇଁ କଟକ ଏସସିବିରୁ ଭୁବନେଶ୍ବର ଏୟାରପୋର୍ଟ ଯାଏଁ ଗ୍ରୀନ୍ କରିଡର ବ୍ୟବସ୍ଥା କରାଯାଇଥିଲା । ଏୟାରପୋର୍ଟ ରୁ ଏୟାରଲିଫ୍ଟ କରି ରୋଗୀ ଇନ୍ଦ୍ରମଣୀ ପାଣିଙ୍କୁ ସୁରଟ ନିଆଯାଇଥିବା ସୂଚନା ରହିଛି । ତେବେ ଇନ୍ଦ୍ରମଣୀ ପାଣି ହେଉଛନ୍ତି ସୁରଟ ମ୍ୟୁନିସିପାଲ କମିଶନର ବାଞ୍ଛାନିଧି ପାଣିଙ୍କ ବାପା ବୋଲି ଜଣାପଡିଛି ।
ଇନ୍ଦ୍ରମଣୀଙ୍କୁ ଏସସିବିରୁ ଏୟାରଲିଫ୍ଟ କରିବାକୁ ଭୁବନେଶ୍ବର ୟାରପୋର୍ଟ ଯାଏଁ ହାଇ ଆଲର୍ଟ ଜାରି କରିଥିଲା କମିଶନରେଟ୍ ପୋଲିସ । ରାସ୍ତା ଫାଙ୍କା କରିବାକୁ ଏହି ରୁଟ୍ରେ ଆସୁଥିବା ସବୁ ଟ୍ରାଫିକ୍ ପୋଲିସ ଏବଂ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।