Odia News Portal

ଲ୍ୟାଣ୍ଡମାର୍କ ଫେଜ୍‌-୨ ଫ୍ଲାଟ ମାଲିକ ସଂଘ ପକ୍ଷରୁ ‘ସବୁଜ ଦିବସ’ ପାଳିତ

ଭୁବନେଶ୍ୱର: ବୃକ୍ଷ ହିଁ ଜୀବନ । ସୁସ୍ଥ ପରିବେଶ ମଣିଷକୁ ସୁସ୍ଥ ରହିଥାଏ । ଯାହାକୁ ଆଧାର କରି ରାଜଧାନୀସ୍ଥିତ ଲ୍ୟାଣ୍ଡମାର୍କ ଫେଜ୍‌-୨ ଫ୍ଲାଟ ମାଲିକ ସଂଘ ପକ୍ଷରୁ ପାଳିତ ହୋଇଛି ସବୁଜ ଦିବସ । ପରିବେଶକୁ ସବୁଜ ସୁନ୍ଦର ଓ ପରିଷ୍କାର ରଖିବା ଏହି ଦିବସର ମୁଖ୍ୟ ଲକ୍ଷ୍ୟ । କରୋନା କାଳରେ ଲୋକେ ଅକ୍ସିଜେନ ଅଭାବରୁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଗଛ ଲଗାଇବା ଦ୍ୱାରା ପରିବେଶ ସୁନ୍ଦର ରହିବା ସହ ଅମ୍ଳଜାନ ଅସୁବିଧା ଦୂର ହେବ ବୋଲି ଏହି କାର୍ଯ୍ୟକ୍ରମରେ ଆଲୋକପାତ କରାଯାଇଥିଲା ।

ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ସଭାପତି ସୁରଜିତ ପଟ୍ଟନାୟକ ସଭାପତିତ୍ୱ କରିଥିବା ବେଳେ ଚନ୍ଦା ସିଂ ପରିଚାଳନା କରିଥିଲେ । ପରିବେଶର ସୁରକ୍ଷା ସମ୍ପର୍କରେ ଆଲୋଚନା କରାଯାଇଥିବା ବେଳେ ଆଗାମୀ ଦିନରେ କିପରି ଆମେ ସଚେତନ ରହିବା ସେ ନେଇ ମଧ୍ୟ କୁହାଯାଇଥିଲା । ଏହି ଅବସରରେ ସୋସାଇଟ୍ ସେକ୍ରେଟେରୀ ଅନ୍ନ୍ ତିୱାରୀ, ରେଜିଷ୍ଟ୍ରାଲ ସେକ୍ରେଟାରୀ ଆହିନ ପାଣିଗ୍ରାହୀ, କଲଚ୍ୟୁରାଲ ସେକ୍ରେଟାରୀ ବନିତା ପଟ୍ଟନାୟକ ଏବଂ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ । ସମସ୍ତେ ବୃକ୍ଷ ରୋପଣ କରିବା ସହ ଆଗାମାୀ ଦିନରେ ପରିବେଶ ସୁରକ୍ଷା ଦିଗରେ ଧ୍ୟାନ ଦେବେ କହିଛନ୍ତି ।