ଡିଜେ ସାଉଣ୍ଡ ହେଲା କାଳ । ଷ୍ଟେଜ୍ ଉପରେ ହିଁ ଟଳିପଡିଲା ବର । ହସ୍ପିଟାଲ ନେଉନେଉ ବାଟରେ ଚାଲିଗଲା ଜୀବନ । ଏଭଳି ଘଟଣା ଘଟିଛି ବିହାର ସୀତାମଢି ଅଞ୍ଚଳରେ ।
ସୂଚନା ମୁତାବକ, ବୁଧବାର ରାତିରେ ଇନ୍ଦରବା ଗାଁର ଯୁବତୀଙ୍କୁ ବିବାହ କରିବାକୁ ଏଠାରେ ବରଯାତ୍ରୀ ନେଇ ପହଞ୍ଚିଥିଲେ ଧନହା ପଞ୍ଚାୟତର ଗୁଦର ରାୟ । ମଞ୍ଚ ଉପରେ ବରକୁ କନ୍ୟା ନିଜେ ବରଣ କରିଥିଲେ । ଏହାପରେ ଉଭୟ ଉଭୟଙ୍କୁ ବରଣମାଳା ପିନ୍ଧାଇଥିଲେ । କିଛି ସମୟ ଫଟୋସୁଟ ବି ଚାଲିଥିଲା । ଷ୍ଟେଜରେ ଭାରି ଜୋରରେ ଡିଜେ ବାଜୁଥିଲା । ଏହି ସମୟରେ ଅସହଜ ହୋଇପଡିଥିଲା ବର । କିଛି ସମୟ ବସିବା ପରେ ଷ୍ଟେଜ୍ ଉପରେ ହିଁ ଟଳିପଡିଥିଲା । ତୁରନ୍ତୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲେ ବି ବାଟରେ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା ।