Odia News Portal

ଗଜପତିଙ୍କ ଶ୍ରୀନହର ଗୁଆ ଟେକା ନୀତି ଅନୁଷ୍ଠିତ

ପୁରୀ : ଆସନ୍ତା ୨୨ ତାରିଖରୁ ପୁରୀରେ ଅନୁଷ୍ଠିତ ହେବ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ନିର୍ମାଣ ଭିତ୍ତି ପ୍ରସ୍ଥର ସ୍ଥାପନ ନେଇ ସ୍ୱତନ୍ତ୍ର ପୂଜାର୍ଚନା । ଏନେଇ ଯଜ୍ଞ ମଣ୍ଡପ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ୩ ଦିନ ଧରି ଯଜ୍ଞୋତ୍ସବ ଚାଲିବ ।

୨୪ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯଜ୍ଞ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ ଯୋଗଦାନ ଦେବାର କାର୍ଯ୍ୟକ୍ରମ ରହିଥିବାରୁ ଏବେ ପ୍ରସ୍ତୁତି ଜୋରସୋରରେ ଆଗେଇ ଚାଲିଛି । ଏହି ଯଜ୍ଞ ଓ ପୂଜାର୍ଚନା ପାଇଁ ଗଜପତି ଦିବ୍ୟ ସିଂହ ଦେବ କର୍ତା ଭାବେ ରହୁଥିବାରୁ ଆଜି ଗଜପତିଙ୍କ ଶ୍ରୀନହର ଗୁଆ ଟେକା ନୀତି ଅନୁଷ୍ଠିତ ହୋଇଛି ।