Odia News Portal

ହିଞ୍ଜିଳିକାଟୁରେ ସେସପୋଲ ଗାଡ଼ିର ଶୁଭାରମ୍ଭ କଲେ ଗଞ୍ଜାମ ଜିଲ୍ଲାପାଳ

ଗଞ୍ଜାମ: କମ ସମୟରେ ଆବର୍ଜନା ସଂଗ୍ରହ ସହ ଜନସାଧାରଣଙ୍କୁ ଉତ୍ତମ ସୁବିଧା ନିମନ୍ତେ ହିଞ୍ଜିଳିକାଟୁ ପୌରପରିଷଦ ଠାରେ ଏକ ନୁଆ ସେସପୋଲ ଗାଡିର ଶୁଭାରମ୍ଭ କଲେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗ । ହିଞ୍ଜିଳିକାଟୁ ଗସ୍ତ କରି ଏମସିସି ପରିସରରେ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ୧ ହଜାର ଲିଟର କ୍ଷମତା ସେସପୋଲ ଦୁଇ ମିନିଟରେ ଆବର୍ଜନା ସଫା କରିବାର କ୍ଷମତା ରଖିଛି । ଉଦଘାଟନ କାଯ୍ୟକ୍ରମରେ ବିଡ଼ିଓ ସୁବ୍ରତ କୁମାର ଜେନା ପୌରପରିଷଦ କାଯ୍ୟନିର୍ଭାହୀ ଅଧିକାରୀ ଡ଼ ମନୋରଞ୍ଜନ ସାହୁ, କନିଷ୍ଠ ଯନ୍ତ୍ରୀ ଦିଲୀପ କୁମାର ମିଶ୍ର, ପରିମଳ ବିଶେଷଜ୍ଞ ଅଭିଜିତ ପୁରହିତ, ପରିମଳ ଅଧିକାରୀ ସୁବାଷ ପଟ୍ଟନାୟକଙ୍କ ସମେତ ପୌରପରିଷଦର କର୍ମଚାରୀ ଉପସ୍ଥିତ ଥିଲେ ।