କେନ୍ଦ୍ରାପଡା ଜିଲ୍ଲା ରାଜନଗରରେ କୂଳ ଲଂଘିଲା ହଂସୁଆ ନଦୀ । ରାଜନଗର ବଜାର ନିକଟରେ ୮୦ ଫୁଟ ଲମ୍ବା ମାଟି ଅତଡା ନଦୀକୁ ଧସି ପଡିଛି । ଫଳରେ ନଈ ଉପକୂଳରେ ହୋଇଥିବା ପଥର ପ୍ୟାକିଂ ସହ ନଈ ପଠା ଧସିଯାଇଛି । ହଂସୁଆ ନଦୀର ଏହି ଉଗ୍ରରୂପ ରାଜନଗର ବଜାର ପ୍ରତି ବିପଦ ସୃଷ୍ଟି କରିଛି । ଯାହାକୁ ନେଇ ନଦୀ ଉପକୂଳରେ ଥିବା ପରିବାର ଓ ବ୍ୟବସାୟୀ ଭୟଭୀତ ହୋଇପଡିଛନ୍ତି । ପଥର ପ୍ୟାକିଂ ଧସିଥିବାରୁ ଆଗକୁ ହଂସୁଆ ନଦୀର ଜୁଆର ଜନବସତିକୁ ମାଡି ଆସିବା ଆଶଙ୍କା ରହିଛି ।
ଏବେ ବି ନଦୀ ଉପକୂଳ ପଠାରେ ହୋଇଥିବା ପଥର ପ୍ୟାକିଂର ଉପର ଭାଗ ଆଁ କରି ରହିଛି । ତେଣୁ ନଦୀର ଜଳସ୍ତ ବଢିଲେ ପୁଣି ନଈପଠା ନଦୀ ଗର୍ଭୁ ଟାଣି ହୋଇଯିବା ସମ୍ଭାବନା ରହିଛି । ତେଣୁ ଯୁଦ୍ଧକାଳୀନ ଭିତିରେ ବ୍ୟବସ୍ଥା ଗ୍ରହଣ କରାନଗଲେ ନଦୀ ଜୁଆର ସ୍ଥଳଭାଗକୁ ମାଡି ଆସିବ ବୋଲି ଲୋକେ ଆତଙ୍କିତ ହୋଇପଡିଛନ୍ତି । ରାଜନଗର ଗାଁ ନିକଟରେ ଥିହା ହଂସୁଆ ନଦୀ କୂଳ ଖାଇବାରୁ ହଂସୁଆ ସେତୁ ନିକଟରୁ ଗାଁ ଶେଷ ମୁଣ୍ଡ ଯାଏଁ ନଦୀ କୂଳେ କୂଳେ ୧୦ ବର୍ଷ ତଳେ ପଥର ପ୍ୟାକିଂ କରିଥିଲେ । ହେଲେ ଏବେ ମାଟି ଅତଡା ଧସି ପଥର ପ୍ୟାକିଂ ନଦୀଗର୍ଭକୁ ଚାଲିଯାଇଥିବାରୁ ଲୋକେ ପ୍ରମାଦ ଗଣୁଛନ୍ତି ।