Odia News Portal

ଗର୍ଭବତୀ ସ୍ତ୍ରୀକୁ ପିଟି ପିଟି ମାରିଦେଲା ସ୍ୱାମୀ

କେନ୍ଦୁଝର: ସ୍ୱାମୀ ସାଜିଲା ରାକ୍ଷସ । ଗର୍ଭବତୀ ସ୍ତ୍ରୀ ମାରିଦେଲା ନିର୍ଦ୍ଦୟୀ ସ୍ୱାମୀ । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଧୁରୁଡିଆମ୍ବ ଗାଁରୁ ଆସିଛି ଏଭଳି ଖବର । ମୃତ ମହିଳା ହେଲେ ଜିରା ମୁଣ୍ଡା । ପୋଲିସ ଖବର ପାଇବା ପରେ ଅଭିଯୁକ୍ତ ସ୍ୱାମୀ ମାନା ମୁଣ୍ଡାକୁ ଗିରଫ କରି କୋର୍ଟ ଚାଲାଣ କରିଛି । ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି ପଠାଇ ଦେଇଛି । ତେବେ ସାମାନ୍ୟ କଥାକୁ ନେଇ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଆଉ ଏହାକୁ ନେଇ ପ୍ରଥମେ ପେଟକୁ ଗୋଇଠା ମାରିବା ପରେ ଠେଙ୍ଗାରେ ପିଟି ପିଟି ମାରିଥିବା ପୋଲିସ ଆଗରେ ମାନିଛି ଅଭିଯୁକ୍ତ ମାନା ।