Odia News Portal

ରାଜଧାନୀରେ ମହିଳାଙ୍କ ମୁଣ୍ଡବିହୀନ ଶବ

ଭୁବନେଶ୍ୱର: ରାଜଧାନୀରେ ବିଭତ୍ସ ହତ୍ୟା |ରାସ୍ତା କଡରୁ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର । ରାଜଧାନୀ ନିକଟ ଚନ୍ଦକା ଥାନା ଅନ୍ଧାରୁଆ ଦାସପୁର ରାସ୍ତା କଡରୁ ମିଳିଛି ମହିଳାଙ୍କ ମୁଣ୍ଡବିହୀନ ମୃତଦେହ । ଘଟଣାସ୍ଥଳରେ କମିଶନରେଟ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି । ଏହି ବିଭତ୍ସ ହତ୍ୟା ପରେ ପୋଲିସ ସମ୍ପୂର୍ଣ୍ଣ ଅଞ୍ଚଳକୁ ସିଲ୍ କରିଛି । ସମ୍ପୃକ୍ତ ମହିଳାଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି ।

ସୂଚନା ଅନୁଯାୟୀ, ରାସ୍ତା କଡ଼ରେ ସ୍ଥାନୀୟଲୋକ ଯିବା ସମୟରେ ଜଣେ ମହିଳାଙ୍କ ମୃତଦେହ ପଡିଥିବାର ଦେଖିବାକୁ ପାଇଥିଲେ । ଯାହାପରେ ତୁରନ୍ତ ପୋଲିସ ଖବର ଦିଆଯାଇଥିଲା । ତେବେ ମୃତଦେହ ନିକଟରେ ମହିଳାଙ୍କ ବସ୍ତ୍ର ଓ ବେଡ଼୍‌ସିଟ୍‌ ପଡିଥିବାର ଦେଖିବାକୁ ମିଳିଛି । ତେବେ ମହିଳାଙ୍କ ହତ୍ୟା ପରେ ଫିଙ୍ଗା ଯାଇଥିବା ସନ୍ଦେହ କରାଯାଉଛି । ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରୁ ଅଧିକ ତଥ୍ୟ ଯୋଗାଡ଼ କରିବାରେ ଲାଗିଥିବା ସମୟରେ, ହତ୍ୟା ପଛର ପ୍ରକୃତ କାରଣ ଜଣାପଡ଼ି ନାହିଁ |