Odia News Portal

ଖୋଲିଲା ମୁଣ୍ଡବିହୀନ ମହିଳାଙ୍କ ମର୍ଡର ମିଷ୍ଟ୍ରି

ଭୁବନେଶ୍ୱର: ମୁଣ୍ଡବିହୀନ ମହିଳାଙ୍କ ହତ୍ୟା ରହସ୍ୟ ଉପରୁ ପର୍ଦ୍ଦା ହଟିଛି | ପ୍ରେସମିଟ ଜରିଆରେ ରହସ୍ୟର ଖୁଲାସା କଲେ ପୋଲିସ କମିଶନର ସୁଧାଂଶୁ ଷଢଙ୍ଗୀ |ପୋଲିସ କମିଶନର କହିଥିଲେ କି,ଏହା ଏକ ଜଘନ୍ୟ ଓ ରହସ୍ୟମୟୀ ହତ୍ୟାକାଣ୍ଡ ଥିଲା | ମୃତ ମହିଳାଙ୍କ ପରିଚୟ ଜାଣିବା ଆମ ପାଇଁ ସବୁ ଠାରୁ ବଡ ଚ୍ୟାଲେଞ୍ଜ ଥିଲା | ୯ ତାରିଖ ଅପରାହ୍ନରେ ହତ୍ୟାକାଣ୍ଡ ନେଇ ବଡ ତଥ୍ୟ ମିଳିଥିବା ସୂଚନା ଦେଇଛନ୍ତି ପୋଲିସ କମିଶନର | ତେବେ ବିବାହ ବିବାଦରୁ ଏହି ଭଳି ହତ୍ୟାକାଣ୍ଡ ଘଟିଥିବା ପୋଲିସ କମିଶନର | ମୃତ ମହିଳାଙ୍କ ପରିଚୟ ପୁଷ୍ପଲତା ରାଉଳ,ବୟସ ୨୮ ହୋଇଥିବା ସମୟରେ ସେ ମଞ୍ଚେଶ୍ୱର ଧିରିକୁଟି ବସ୍ତିରେ ରହୁଥିବା ସୂଚନା ମିଳିଛି | ପୁଷ୍ପଲତା ଅଭିଯୁକ୍ତ ସଞ୍ଜୟଙ୍କ ସହ ଫୁଲେଶ୍ଵରୀ ବସ୍ତିରେ ମାସେ ହେବ ଏକାଠି ରହୁଥିଲେ | ଅଭିଯୁକ୍ତ ପୁଷ୍ପଲତାଙ୍କ ଘରେ ଭଡା ନେଇ ରହୁଥିଲେ |

ତେବେ ଡିସେମ୍ବର ୨୪ ତାରିଖ ଦିନ ପ୍ରୀତିରଂଜନ ପତି ନାମକ ବ୍ୟକ୍ତିଙ୍କୁ ବିବାହ କରିଥିଲେ ପୁଷ୍ପଲତା |ବିବାହର କିଛି ଦିନ ପରେ ପୁଷ୍ପଲତା ପ୍ରୀତିରଂଜନଙ୍କୁ ଛାଡ଼ି ସଞ୍ଜୟଙ୍କ ସହ ଆସି ରହିଥିଲେ | ତେବେ ବିବାହ ବିବାଦକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା | ପରେ ସଞ୍ଜୟ ୩ତାରିଖ ବିଳମ୍ବିତ ରାତିରେ ପୁଷ୍ପଲତାଙ୍କ ତଣ୍ଟିଚିପି ହତ୍ୟା କରିଥିଲା |ସଞ୍ଜୟ ଘରୁ ରାତିରେ ସହଯୋଗୀ ଚନ୍ଦୁ ସହ ମିଶି ବୋଲେରୋରେ ଶବକୁ ନେଇଥିଲେ ଏବଂ ଦାସପୁର ନିକଟରେ ପୁଷ୍ପଲତାଙ୍କ ମୃତ ଶରୀରର ଗଣ୍ଡିରୁ ମୁଣ୍ଡକୁ କାଟି ଫୋପାଡ଼ି ଦେଇ ଆସିଥିଲେ | ହତ୍ୟାକାଣ୍ଡ ପରେ ଉଭୟ ଅପରାଧର ଜାଲରୁ ଖସିବା ପାଇଁ ଦଶପଲ୍ଲା ପଳାଇ ଯାଇଥିଲେ | ତେବେ ଘଟଣାରେ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି | ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଅଧିକ ପଚର ଉଚରା କରିଯିବା ବୋଲି ସିପି କହିଛନ୍ତି |