Odia News Portal

ଜନସାଧାରଣଙ୍କୁ ସ୍ୱାସ୍ଥ୍ୟ ବିଭାଗର ଅପିଲ

କାମ ନଥିଲେ ମେଡିକାଲ ଆସନ୍ତୁନି

ଭୁବନେଶ୍ୱର : ରାଜ୍ୟରେ ହୁ ହୁ ହୋଇ ବଢୁଛି ସଂକ୍ରମଣ । ଆଗକୁ ସ୍ଥିତି କଣ ହେବ କହିହେଉନି । ବଢୁଥିବା ସଂକ୍ରମଣକୁ ଆଖି ଆଗରେ ରଖି ଆଜି ସ୍ୱାସ୍ଥ୍ୟ ବିଭାଗର ରାଜ୍ୟର ଜନସାଧାରଣଙ୍କୁ ଏକ ଅପିଲ ଜାରି କରିଛି । ଯେଉଁଥିରେ ଅତି ଜରୁରୀ ନଥିଲେ ଲୋକମାନଙ୍କୁ ମେଡିକାଲ ନଆସିବାକୁ କୁହାଯାଇଛି । ରାଜ୍ୟରେ ଏବେ ସଂକ୍ରମଣ ବଢିବାରେ ଲାଗିଛି , ତେଣୁ ଏପରି ସ୍ଥିତିରେ ମେଡିକାଲ ଭଳି ଗହଳି ସ୍ଥାନକୁ ଆସି ସଂକ୍ରମଣକୁ ଘରକୁ ନେଇ ଯାଆନ୍ତୁ ନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗ ଦର୍ଶାଇଛି ।

ଅନ୍ୟପଟେ ସମସ୍ତଙ୍କୁ ସାମାଜିକ ଦୂରତା ପାଳନ କରିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ଗତ କିଛି ଦିନ ହେଲା ବିଭିନ୍ନ ସ୍ଥାନରେ ଡାକ୍ତରମାନେ କୋଭିଡ୍ ସଂକ୍ରମିତ ହେବା ଦେଖିବାକୁ ମିଳୁଛି । ଯାହାପରେ ସ୍ୱାସ୍ଥ୍ୟ ବିଭାଗ ଏନେଇ ତତ୍ପରତା ପ୍ରକାଶ କରିବା ସହିତ ହସ୍ପିଟାଲରେ କୋଭିଡ୍ ନିୟମ କଡାକଡି ଓ ଭିଡ ନକରିବାକୁ କହିଛନ୍ତି ।