Odia News Portal

୧୬ ସହରରେ ପାରଦ ୪୦ ଡିଗ୍ରୀ ପାର୍

ଆଜି ବାରିପଦା ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର: ତତଲା କଢ଼େଇରେ ଭାଜି ହେଉଛି ଓଡ଼ିଶା | ରାଜ୍ୟରେ କଲବଲ କରୁଛି ଅସହ୍ୟ ଗୁଳୁଗୁଳି | ଆଜି ରାଜ୍ୟର ୧୬ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ଏହାସହ ଅଗାମୀ ୩ଦିନ ଯାଏଁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଏନେଇ ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ତେବେ ଗତ ଦୁଇ ଦିନ ହେବ ରାଜ୍ୟରେ ଗ୍ରୀଷ୍ମର ପ୍ରକୋପ ଦେଖିବାକୁ ମିଳିଛି ।

ଆଜି ସବୁଠୁ ଉତ୍ତପ୍ତ ସହର ଭାବେ ବାରିପଦାରେ ତାପମାତ୍ରା ୪୪.୬ ଡିଗ୍ରୀ ଥିବା ସମୟରେ ତାଳଚେରରେ ତାପମାତ୍ରା ୪୨.୭ ଡିଗ୍ରୀ, ବୌଦ୍ଧରେ ୪୨.୫ ଡିଗ୍ରୀ, ଝାରସୁଗୁଡାରେ ୪୨.୨ ଡିଗ୍ରୀ,ବଲାଙ୍ଗିରରେ ୪୨.୨ ଡିଗ୍ରୀ, ଟିଟିଲାଗଡରେ ୪୨ ଡିଗ୍ରୀ, ଅନୁଗୁଳରେ ୪୧.୯ ଡିଗ୍ରୀ, ସୋନପୁରରେ ୪୧.୮ ଡିଗ୍ରୀ, ନୟାଗଡରେ୪୧.୭ ଡିଗ୍ରୀ, ବାଲେଶ୍ୱରରେ ୪୧.୪ ଡିଗ୍ରୀ,ସମ୍ବଲପୁରରେ୪୧.୩ ଡିଗ୍ରୀ,ଭବାନିପାଟଣାରେ ୪୧ ଡିଗ୍ରୀ, ମାଲକାନଗିରିରେ ୪୧ ଡିଗ୍ରୀ, କଟକରେ ୪୦.୫ ଡିଗ୍ରୀ, ହୀରାକୁଦରେ ୪୧.୪ ଡିଗ୍ରୀ,ସୁନ୍ଦରଗଡରେ ୪୧ ଡିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି |