Odia News Portal

କାଲିଠାରୁ ବଢିବ ଜାଡ,ଥରିବ ଓଡିଶା

କାଲିଠୁ ବଢିବ ଶୀତ ଶୀତ ଲହରୀ । ଥରିବ ଓଡ଼ିଶା । ଓଡ଼ିଶା ମଧ୍ୟକୁ ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍କ ବାୟୁ ପ୍ରବାହ ଯୋଗୁ ଶୀତ ବଢ଼ିବ । ୩ ରୁ ୫ ଡିଗ୍ରୀ ପର୍ୟ୍ୟନ୍ତ ତାପମାତ୍ରା ହ୍ରାସ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏଥିପାଇଁ ୨୮ ରୁ ୨୯ ତାରିଖ ସକାଳ ପର୍ୟ୍ୟନ୍ତ ୬ଟି ଜିଲ୍ଲା ଝାରସୁଗୁଡା, ବରଗଡ, ବଲାଙ୍ଗିର, ସୋନପୁର, ସୁନ୍ଦରଗଡ ଏବଂ କେନ୍ଦୁଝର ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେହିଭଳି ୨୯ ତାରିଖରୁ ୩୦ ତାରିଖ ସକାଳ ପର୍ୟ୍ୟନ୍ତ ୧୦ଟି ଜିଲ୍ଲା ଝାରସୁଗୁଡା, ବରଗଡ, ବଲାଙ୍ଗିର, ସୋନପୁର, ସୁନ୍ଦରଗଡ, ସମ୍ବଲପୁର, ଅନୁଗୁଳ, ନୂଆପଡା, ଦେବଗଡ ଏବଂ କେନ୍ଦୁଝର ଜିଲ୍ଲାରେ ତୀବ୍ର ଶୀତ ଲହରୀ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି । ୩୧ ତାରିଖରେ ମଧ୍ୟ ୫ଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ରାତ୍ରି ସମୟରେ ବାଇକରେ ଦୂର ଯାତ୍ରାରେ ନଯିବାକୁ ପରାମର୍ଶ ଦିଆଯାଇଛି । ଘନ କୁହୁଡି ଏବଂ ତୀବ୍ର ଶୀତ ଲହରୀ ପାଇଁ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସଆରସି । ଦୁର୍ଘଟଣା ରୋକିବାକୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ସହ ଲୋକଙ୍କୁ ସଚେତନ କରିବାକୁ ପୋଲିସ ଏବଂ ପରିବହନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।