Odia News Portal

ରାଜଧାନୀରେ ପ୍ରବଳ ବର୍ଷା: ରାସ୍ତାରେ ଲହଡ଼ି ଭାଙ୍ଗୁଛି ପାଣି, ବିଭିନ୍ନ ସ୍ଥାନରେ ଟ୍ରାଫିକ ସମସ୍ୟା

ରାଜଧାନୀରେ ପ୍ରବଳ ବର୍ଷା । ଭୁବନେଶର ଆକାଶରେ ହଠାତ ଘୋଟି ଆସିଲା କଳାହାଣ୍ଡିଆ ମେଘ । ଏହା ପରେ ଆରମ୍ଭ ହୋଇଛି ବିଜୁଳି ଏବଂ ଘଡ଼ଘଡ଼ି ସହ ବର୍ଷା । ବର୍ଷା ସହ ପବନ ମଧ୍ୟ ହେଉଛି । ରାସ୍ତାରେ ଲହଡ଼ି ଭାଙ୍ଗୁଛି ପାଣି । ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଟ୍ରାଫିକ ସମସ୍ୟା ଦେଖାଦେଇଛି । ସକଳେ ଆଜି ଖରା ପାଗ ହୋଇଥିଲା । କିନ୍ତୁ ଦିନ ପ୍ରାୟ ସାଢେ ୧୨ ଟା ପରେ ହଠାତ ଘୋଟି ଆସିଥିଲା କଳାହାଣ୍ଡିଆ ମେଘ ।

ଅନ୍ୟପଟେ ଦକ୍ଷିଣ ବାଂଲାଦେଶ ଓ ପାଖାପାଖି ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ୧୦ ତାରିଖରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ପ୍ରଭାବରେ ଆଗାମୀ ୪ ରୁ ୫ ଦିନ ରାଜ୍ୟରେ ବର୍ଷା ଲାଗିରହିବ। ରାଜ୍ୟରେ ବିଜୁଳି ଘଡଘଡି ସହ ବର୍ଷା ପାଇଁ ଆଜି ୨୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି କାଲି ମଧ୍ୟ ବିଜୁଳି ଘଡଘଡି ସହ ବର୍ଷା ପାଇଁ ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।