Odia News Portal

ପାଣି ପାଣି ମୁମ୍ବାଇ

ମୁମ୍ବାଇ: ପ୍ରବଳ ବର୍ଷାରେ ବେହାଲ ହୋଇଛି ମୁମ୍ବାଇ ସହର । ସବୁଆଡେ ଖାଲି ପାଣି । ବର୍ଷା ଲାଗି ଯାତାୟତରେ ବ୍ୟାହତ ହୋଇଛି । ଟ୍ରେନ, ବସ ଏବଂ ଅନ୍ୟ ସେବା ମଧ୍ୟ ବନ୍ଦ ରହିଛି । ଟ୍ରେନ ଟ୍ରାକରେ ପାଣି ଜମି ରହିଥିବା କାରଣ ଚଳାଚଳରେ ଅସୁବିଧା ଉପୁଜିଛିମ୍ବୁଧବାରଠାରୁ ଲଗାଣ ବର୍ଷା ଲାଗି ସହରରେ ବିଭିନ୍ନ ଅସୁବିଧା ଉପୁଜିଛି । ବର୍ଷା ଯୋଗୁ ଟ୍ରେନ୍ ଚଳାଚଳ ବିଳମ୍ବ ହେବା ସହିତ ମୁମ୍ବାଇର ବସ୍ ରୁଟରେ ଡାଇଭର୍ସନ ମଧ୍ୟ ହୋଇଛି । ସେଣ୍ଟ୍ରାଲ୍ ମେନ୍ ଲାଇନ୍ ଏବଂ ହାରବର୍ ଲାଇନ ଉପରେ ସ୍ଥାନୀୟ ଟ୍ରେନ୍ ସେବା ପ୍ରଭାବିତ ହୋଇଛି । ଦାଦର, ପାରେଲ, କୁର୍ଲା, ଚୁନାଭଟ୍ଟୀ, ୱାଡାଲା ଏବଂ ତିଲକ ନଗରରେ ରେଳ ଟ୍ରାକ୍ ଉପରେ ଜଳ ଜମିି ରହିଥିବା ସୂଚନା ରହିଛି ।