Odia News Portal

୬ ଜିଲ୍ଲାକୁ ପାଣିପାଗ ବିଭାଗର କାଳବୈଶାଖୀ ସତର୍କତା

* ଘଣ୍ଟାପ୍ରତି ୬୦ କିଲୋମିଟର ବେଗରେ ପବନ ବୋହିବାର ଆଶଙ୍କା |

ନୂଆଦିଲ୍ଲୀ: ରାଜ୍ୟର ୬ ଜିଲ୍ଲାକୁ ସତର୍କ କରିଛନ୍ତି ପାଣିପାଗ ବିଭାଗ । ବିଶେଷ କରି କଟକ, ନୟାଗଡ଼, ରାୟଗଡା, ଅନୁଗୁଳ, ଢେଙ୍କାନାଳ ଓ କୋରାପୁଟ ଜିଲ୍ଲାରେ ଅପରାହ୍ନରେ ବର୍ଷା ସାଙ୍ଗକୁ ବଜ୍ରପାତ ଏବଂ କୁଆପଥର ବର୍ଷା ଆଶଙ୍କା କରାଯାଇଛି। ଏହି ସମୟରେ ଘଣ୍ଟାପ୍ରତି ୬୦ କିଲୋମିଟର ବେଗରେ ପବନ ବୋହିବାର ଆଶଙ୍କା କରିଛନ୍ତି ପାଣିପାଗ ବିଭାଗ । ଅନୁଗୁଳ ଜିଲ୍ଲା ସହ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ, କଟକ ଜିଲ୍ଲାର ନରସିଂହପୁର, ବାଡମ୍ବା, ତିଗିରିଆ, ବାଙ୍କୀ, ଡମପଡା ଓ ନୟାଗଡ଼ ଜିଲ୍ଲାର ଗଣିଆ, ଖଣ୍ଡପଡ଼ା ଓ କୋରାପୁଟ ଜିଲ୍ଲାରେ ନାରାୟଣପାଟଣା, ବାନ୍ଧୁଗାଁ ଆଦି ଅଞ୍ଚଳରେ ଝଡ଼ତୋଫାନ ବର୍ଷା ସହ ବଜ୍ରପାତ ଆଶଙ୍କା କରାଯାଇଛି।