ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ । କେରଳ କୋଚିରେ ଭାରତୀୟ କୋର୍ଷ୍ଟଗାର୍ଡ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ପାଇଲଟ ଯାଞ୍ଚ କରୁଥିବା ସମୟରେ ALH ଧ୍ରୁବ 25 ଫୁଟ ଉଚ୍ଚରୁ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ 3ଜଣ ଥିଲେ । ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଦୁର୍ଘଟଣା ପରେ ରନୱେ କିଛି ସମୟ ପାଇଁ ବନ୍ଦ ରହିଛି ।
ମିଳଥିବା ସୂଚନା ଅନୁସାରେ, ALH ଧ୍ରୁବର ପରୀକ୍ଷଣ କରୁଥିଲେ ପାଇଲଟ । ଏହିସମୟରେ 25 ଫୁଟ ଉପରେ ଉଡୁଥିବା ସମୟରେ ଭାରସାମ୍ୟ ହରାଇଥିବା ହେଲାକପ୍ଟର । କୋଚି ବିମାନବନ୍ଦରରେ ଜରୁରୀ ଅବତରଣ କରିଥିଲା । ଏଥିରେ ଜଣେ ଆହତ ହୋଇଥିବା ସୂଚନା ମିଳିଛି । ପାଇଲଟଙ୍କ ପାଇଁ ଏକ ବଡ ଦୁର୍ଘଟଣା ଟଳି ଯାଇଛି । ଆସିଜି ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି । କେଉଁ କାରଣରୁ ଦୁର୍ଘଟଣା ଘଟିଲା ତାହା ଜଣାପଡିନାହିଁ ।