Odia News Portal

ସତ୍ୟପାଠ ଦାଖଲ କରିବାକୁ ଏଜିଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର() କୋଭିଡ -୧୯ ପ୍ରଭାବ ପରିବାରର ଆୟ ଉପରେ ପଡ଼ିଛି  । ଏପରି ସ୍ଥଳରେ ପିଲାଙ୍କ ପାଠପଢ଼ା ଓ ସ୍କୁଲ ଫି’ ଅଭିଭାବକଙ୍କ ନିଦ ହଜାଇ ଦେଇଛି  ।  ତେବେ  ସ୍କୁଲ ଫି’ ହ୍ରାସ ଆବେଦନ ମାମଲାରେ ହାଇକୋର୍ଟ ଆଜି ଶୁଣାଣି କରିଛନ୍ତି ।  ଏହି ପ୍ରସଙ୍ଗରେ ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି । ରାଜ୍ୟ ସରକାର  ସ୍କୁଲ ଫି କେତେ ହ୍ରାସ କରି ପାରିବେ  ସେ ସମ୍ପର୍କରେ ଜଣାଇବାକୁ ହାଇକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି ।  ଏନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିବାକୁ ନିଦେ୍ର୍ଧଶ ଦେଇଛନ୍ତି ।   ଏଥିସହ ଆସନ୍ତା ଡିସେମ୍ବର ୨ ତାରିଖ ଦିନ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି ।