Odia News Portal

ପ୍ରୋ ଲିଗ୍ ହକି : ନ୍ୟୁଜିଲାଣ୍ଡକୁ ୪-୭ ଗୋଲରେ ହରାଇଲା ଭାରତ

କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫଆଇଏଚ ପ୍ରୋ ଲିଗ୍ ହକିରେ ଭାରତ ନ୍ୟୁଜିଲାଣ୍ଡକୁ ହରାଇଛି । ଏକ ହାଇସ୍କୋରିଂ ମ୍ୟାଚରେ ଭାରତ, ନ୍ୟୁଜିଲାଣ୍ଡକୁ ୭-୪ ଗୋଲରେ ହରାଇଛି । ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଭାରତ ଭ୍ରମଣକାରୀ ଦଳଠୁ ୧-୩ ଗୋଲରେ ପଛୁଆ ଥିଲା । କିନ୍ତୁ ମ୍ୟାଚର ତୃତୀୟ ଓ ଚତୁର୍ଥ କ୍ୱ।ର୍ଟରରେ ଘରୋଇ ଦଳ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ଆଉ ୬ଟି ଗୋଲ ସ୍କୋର କରିଥିଲା । ଭାରତ ପକ୍ଷରୁ ହରମନପ୍ରୀତ ସିଂହ ଓ କାର୍ତ୍ତି ସେଲଭମ ଦୁଇଟି ଲେଖାଏଁ ଗୋଲ ସ୍କୋର କରିଥିଲେ । ଅଲ୍ ରାଉଣ୍ଡ ପ୍ରଦର୍ଶନ ଯୋଗୁଁ ହାର୍ଦ୍ଦିକ ସିଂହ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି।