Odia News Portal

କମ୍ପୁଛି କଟକ; ହକି ବିଶ୍ୱକପ ପାଇଁ ବାରବାଟୀ ଷ୍ଟାଡିୟମରେ ଚାଲିଛି ଗ୍ରାଣ୍ଡ ସେଲିବ୍ରେସନ

ଏଫ୍ଆଇଏଚ୍ ପୁରୁଷ ହକି ବିଶ୍ୱକପକୁ ନେଇ ସାରା ରାଜ୍ୟ ଏବେ ଉତ୍ସବମୁଖର ହୋଇ ଉଠିଛି । ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଦୁଲୁକୁଛି କଟକର ବାରବାଟୀ ଷ୍ଟାଡିୟମ । ପୁରୁଷ ହକି ବିଶ୍ୱକପ୍-୨୦୨୩ର ଉଦ୍ଘାଟନୀ ସମାରୋହ ଅବସରରେ ଷ୍ଟାଡିୟମରେ ପହଞ୍ଚିଛନ୍ତି ବଲିଉଡର ନାମୀଦାମୀ କଳାକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କେନ୍ଦ୍ର ଯୁବ ବ୍ୟାପାର, କ୍ରୀଡ଼ା ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର ଏହି କାର‌୍ୟ୍ୟକ୍ରମର ଉଦ୍ଘାଟନୀ ସମାରୋହରେ ଯୋଗଦେଇଥିବା ବେଳେ ମୁଖ୍ୟ ଆକର୍ଷଣ ସାଜିଛନ୍ତି ବଲିଉଡ ଷ୍ଟାର ରଣବୀର ସିଂହ ଏବଂ ଦିଶା ପଟାନୀ ଏବଂ କଣ୍ଠଶିଳ୍ପୀ ପ୍ରିତମ । ଏହାବ୍ୟତୀତ ଓଡିଆ ସିନେ ଜଗତର ଷ୍ଟାର କପଲ ସବ୍ୟସାଚୀ ଏବଂ ଅର୍ଚ୍ଚିତା ମଧ୍ୟ କାର୍ଯ୍ୟକ୍ରମର ଶୋଭା ବଢାଇଛନ୍ତି ।

ହକି ବିଶ୍ୱକପ ପାଇଁ ଗ୍ରାଣ୍ଡ ସେଲିବ୍ରେସନ କରୁଛି ସିଲଭର ସିଟି । ଝୁମି ଉଠିଛି ସାରା ସହର ଏବଂ କ୍ରୀଡାପ୍ରେମୀ । ଲଗାତାର ଦ୍ୱିତୀୟ ଥର ପାଇଁ ଓଡିଶା ଏହି ଇଭେଣ୍ଟ ଉଦଘାଟନ କରିବା ପାଇଁ ସୁଯୋଗ ପାଇଥିବାରୁ ଏହାକୁ ସ୍ମରଣୀୟ କରାଇବାର ସମସ୍ତ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ଆଜି ପୂର୍ବାହ୍ଣରେ କଟକ ମହାନଗର ନିଗମ ପକ୍ଷରୁ ହକି ବିଶ୍ୱକପ୍ ଟ୍ରଫିକୁ ସ୍ୱାଗତ କରାଯିବା ସହ ସହର ପରିକ୍ରମା କରାଯାଇଥିଲା । ସେହିପରି ଏହି ଆୟୋଜନର ସିଧା ପ୍ରସାରଣ ଦେଖିବା ପାଇଁ ଅପରାହ୍ଣ ଗୋଟାଏରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରାଯାଇଛି । ଷ୍ଟାଡିୟମ ପରିସରରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୫୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି ।

କଟକରେ ବିଶ୍ୱକପ୍ ହକିର ଉଦ୍ଘାଟନକୁ ସ୍ୱାଗତ ଜଣାଇ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲିଯାତ୍ରା ପଡ଼ିଆରେ ହକି ବଲ୍ରେ ଏକ ସୁନ୍ଦର ବାଲୁକା କଳାକୃତି ନିର୍ମାଣ କରିଛନ୍ତି । ଅନ୍ୟପକ୍ଷରେ କଟକ ମହାନଗର ନିଗମ ପକ୍ଷରୁ ୧୬ଟି ଫ୍ୟାନ୍ପାର୍କ ପାଇଁ ସ୍ଥାନ ଚିହ୍ନଟ କରାଯାଇଛି । ସେଇ ସବୁ ସ୍ଥାନରେ ବଡ଼ ଏଲ୍ଇଡି ସ୍କ୍ରିନ୍ ଲଗାଯିବା ସହ ଦର୍ଶକଙ୍କ ବସିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ଏ ସମ୍ପର୍କରେ କଟକ ମହାନଗର ନିଗମ ମେୟର ସୁବାସ ସିଂ କହିଛନ୍ତ।