Odia News Portal

ଖୋଲିଲା ପ୍ରଥମ ଗୋ ହସ୍ପିଟାଲ

ମଣିଷ ମାନଙ୍କ ପାଇଁ ଏବଂ ପଶୁପକ୍ଷୀ ମାନଙ୍କ ପାଇଁ ହସ୍ପିଟାଲ ରହିଥାଏ । ତେବେ ଉତ୍ତର ପୂର୍ବ ଭାରତରେ ପ୍ରଥମ ଥର ପାଇଁ ଏକ ଗୋ ହସ୍ପିଟାଲ ଖୋଲିଛି । ଆସାମରେ ଶ୍ରୀ ଗୋପାଳ ଗୋଶାଳା ପକ୍ଷରୁ ଏହି ଗୋ ହସ୍ପିଟାଲ ପ୍ରସ୍ତୁତ କରାଯାଇଛି । ୧୭ ଲକ୍ଷ ଟଙ୍କା ବ୍ୟୟରେ ଏହି ଗୋ ହସ୍ପିଟାଲ ନିର୍ମାଣ କରାଯାଇଥିବା ଜଣାପଡିଛି ।
ଗୋପାଷ୍ଟମୀ ଅବସରରେ ରବିବାର ଦିନ ଏହି ଗୋ ହସ୍ପିଟାଲର ଉଦଘାଟନ କରାଯାଇଛି । ୧୭ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ଗୋ ହସ୍ପିଟାଲର ନାମ ସୁରଭି ଆରୋଗ୍ୟାଶାଳା ରଖାଯାଇଛି । ଏହି ଆରୋଗ୍ୟ ଶାଳା ଦ୍ୱାରା ଆଖପାଖରେ ୩୦ କିମି ପରିସୀମା ମଧ୍ୟରେ ରହିଥିବା ସମସ୍ତ ଗାଇ ଗୋରୁଙ୍କୁ ସହାୟତା କରାଯିବ ।
ରାସ୍ତାକଡରେ ରହୁଥିବା ନିଃସହାୟ ଗୋରୁ ଗାଇଙ୍କ ପାଇଁ ଏହି ଅନୁଷ୍ଠାନ ଖୋଲାଯାଇଛି ବୋଲି ଶ୍ରୀ ଗୋପାଳ ଗୋଶାଳାର ମ୍ୟାନେଜର ନିର୍ମଳ ବେଦିୟା ପ୍ରକାଶ କରିଛନ୍ତି । ଏହି ଗୋ ଆରୋଗ୍ୟଗଶାଳାରେ ବର୍ତ୍ତମାନ ୩୬୮ଟି ଗାଇଗୋରୁ ରହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଦେଶର ପ୍ରଥମ ଗୋଶାଳା ସ୍ୱାମୀ କୁଶଗିରି ମହାରାଜଙ୍କ ଦ୍ୱାରା ୨୦୦୮ ମସିହାରେ ପ୍ରତିଷ୍ଠା କରାଯାଇଥିଲା । ଏଠାରେ ପ୍ରାୟ ୧୬୦୦ ବୁଲା ଗାଇ ଗୋରୁଙ୍କ ଚିକିତ୍ସା କରାଯାଇଥାଏ ।