ଖୋଲିଲା ମଝି ଘରିଆଣୀଙ୍କ ହୁଣ୍ଡି । କଡ଼ା ସୁରକ୍ଷା ଭିତରେ ଚାଲିଛି ଟଙ୍କା ଗଣନା । ରାୟଗଡ଼ା ସହରର ଅଧିଷ୍ଠାତ୍ରୀ ଦେବୀ ମାଆ ମଝିଘରିଆଣୀଙ୍କ ହୁଣ୍ଡି ୬ ମାସ ୧୨ ଦିନ ପରେ ଖୋଲାଯାଇଛି । ସୁରକ୍ଷା ପାଇଁ ମନ୍ଦିର ପରିସରରେ ପୋଲିସ ସହିତ ଜଣେ ମାଜିଷ୍ଟ୍ରେଟଙ୍କୁ ମୁତୟନ କରାଯାଇଛି । ମନ୍ଦିର ପରିଚାଳନା କମିଟିରେ ସମସ୍ତ ନିର୍ଦ୍ଦେଶକ, ଅଧ୍ୟକ୍ଷ, ୟୁନିଅନ୍ ବ୍ୟାଙ୍କ୍ ର କର୍ମଚାରୀଙ୍କ ସମେତ ୨୦୦ ଜଣ ଟଙ୍କା ଗଣିବା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ହୁଣ୍ଡିରୁ ଟଙ୍କା ସହିତ, ସୁନା ଅଳଙ୍କାର ଓ ବିଦେଶୀ ଟଙ୍କା ବି ରହିଛି ।
