Odia News Portal

ସ୍ୱାମୀର କୁରାଢ଼ି ଚୋଟରେ ସ୍ତ୍ରୀର ମୃତ୍ୟୁ

କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ତେଣ୍ଡାକୁଡ଼ା ମୁସଲିମ ବସ୍ତିରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ୱାମୀର କୁରାଢ଼ି ଚୋଟରେ ସ୍ତ୍ରୀର ମୃତ୍ୟୁ ହୋଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ୱାମୀଙ୍କୁ ଅଟକ ରଖିଛି ।

ଖବର ଅନୁଯାୟୀ, ପାଟକୁରା ଥାନା ତେଣ୍ଡାକୁଡ଼ା ଗାଁର ସୟଦ ମାନାନା ଅଲ୍ଲୀ ବୁଧବାର ବିଳମ୍ଵିତ ରାତିରେ ଏକ ଟାଙ୍ଗିଆରେ ତାଙ୍କ ସ୍ତ୍ରୀ ପ୍ୟାରୁନ ବିବିଙ୍କୁ ହତ୍ୟା କରିଛନ୍ତି। ସ୍ଥାନୀୟ ଲୋକମାନେ ଏହା ଦେଖି ଅଭିଯୁକ୍ତ ସୟଦ ମାନାନାକୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ।

ଏନେଇ ଖଵର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଗିରଫ କରିଛି। ତେବେ ସୟଦ ଜଣେ ମାନସିକ ବିକୃତ ହୋଇଥିବା ଯୋଗୁଁ ଏଭଳି କାଣ୍ଡ ଘଟାଇଥିବା ପୋଲିସ କହିଛି । ପୋଲିସ ତଦନ୍ତ ଆରମ୍ଭ କରିଛି । ହତ୍ୟାରେ ବ୍ୟବହୃତ ଟାଙ୍ଗିଆକୁ ପୋଲିସ ଜବତ କରିଛି ।