Odia News Portal

IIT ହାଇଦ୍ରାବାଦରେ ଓଡିଆ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ

IIT ହାଇଦ୍ରାବାଦରେ ଓଡିଆ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟ ହୋଇଛି । ହଷ୍ଟେଲ ବନ୍ଦ କୋଠରିରୁ ମିଳିଲା ମୃତ ଦେହ । ମୃତ ଛାତ୍ରୀ ଜଣକ ହେଲେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରର ଝିଅ ନମିତା ନାଏକ । ସଂଗାରେଡ୍ଡୀରେ ଥିବା ଆଇଆଇଟି, ହାଇଦ୍ରାବାଦରେ ନମିତା ଏମଟେକ କରୁଥିଲେ । ଛାତ୍ରୀଙ୍କ ରୁମରୁ ପୋଲିସ ଏକ ସୁଇସାଇଡ ନୋଟ ପୋଲିସକୁ ମିଳିଛି । ସୁଇସାଇଡ ନୋଟରେ ଛାତ୍ରି ଜଣକ ଅର୍ଥଭାବ ଓ ପାଠପଢାର ଚାପ ଯୋଗୁଁ ଆତ୍ମହତ୍ୟା କରିଥିବାର ଦର୍ଶାଇଛନ୍ତି ବୋଲି ପୋଲିସ ସୂଚନା ଦେଇଛି । ତେବେ ପରିବାର ଲୋକେ ଝିଅର ହତ୍ୟା କରାଯାଇଥିବା ଅଭିଯୋଗ ଆଣୁଛନ୍ତି । ତେବେ ନମିତା ଆତ୍ମହତ୍ୟା କରିଥିବା ସୋମବାର ରାତି ପ୍ରାୟ ୯ଟାରେ କଲେଜ କର୍ତ୍ତୃପକ୍ଷ ସଂଗାରେଡ୍ଡୀ ଥାନାକୁ ସୂଚନା ଦେଇଥିଲେ। ଏହା ପରେ ପୋଲିସ ମାମଲା ରୁଜୁ କରି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।