ବେଆଇନ ଗୋରୁ ଚାଲାଣ ବେଳେ ମୟୂରଭଞ୍ଜଜିଲ୍ଲା ଝାରପୋଖରିଆ ପୁଲିସ ଅଟକ ରଖିଥିବା ଶତାଧିକ ଗୋରୁଙ୍କୁ ଗୋଶାଳାକୁ ପଠାଇଛି। ଏଥିସହିତ, ଏହି ଗୋରୁମାନଙ୍କୁ ନେଇ ଯାଉଥିବା ୧୧ ଶ୍ରମିକଙ୍କୁ କୋର୍ଟ ଚାଲାଣ କରଯାଇଛି। ଗତ ଶନିବାର ସାରସକଣା ସାପ୍ତାହିକ ଗୋରୁ ହାଟରୁ ଗୋରୁ ମାଫିଆମାନେ ୩ଶହରୁ ଅଧିକ ଗୋରୁ କିଣିଥିଲେ। ଶ୍ରମିକମାନଙ୍କୁ ଲଗାଇ ପଡ଼ୋଶୀ ପଶ୍ଚିମବଙ୍ଗ ପାର୍ କରିବାପାଇଁ ଉଦ୍ୟମ କରିଥିଲେ। ହେଲେ, ସ୍ଥାନୀୟ କିଛି ଯୁବକ ଗୋରୁଗୋଠକୁ ଅଟକ ରଖି ଝାରପୋଖରିଆ ପୁଲିସକୁ ଖବର ଦେଇଥିଲେ।ପୁଲିସ ତଦନ୍ତ କରିବା ସହିତ ଗୋରୁଙ୍କୁ ଝାଡ଼ଖଣ୍ଡ ଚକୁଳିଆ ଅନ୍ତର୍ଗତ ଗୋଶାଳା ଧ୍ୟାନ ଫାଉଣ୍ଡେସନ୍କୁ ପଠାଇ ଦେଇଛନ୍ତି। ଏଥିସହିତ, ଗୋଚାଲାଣରେ ସମ୍ପୃକ୍ତ ଝାରପୋଖରିଆ ଥାନା ଲୁହାମାଳିଆ ଗ୍ରାମର ଫାଗୁ ହାଁସଦା(୫୫), ପୁରୁଣାପାଣି ଗ୍ରାମର ଉପେନ୍ଦ୍ର ଟୁଡୁ(୪୫), ଚାନ୍ଦୁଆ ଥାନା ଅଞ୍ଚଳର ବୀରମଲ ହେମ୍ବ୍ରମ (୪୧), ଲାଖିରାମ ସୋରେନ (୨୫), ରଞ୍ଜିତ ସୋରେନ(୨୩), ମଙ୍ଗଲ ସୋରେନ(୩୫), ପଶ୍ଚିମବଙ୍ଗ ଝାରଗ୍ରାମ ଜିଲ୍ଲା ବାଲିଆବେଡ଼ା ଥାନା ଅଞ୍ଚଳର ଶମ୍ଭୁ ବାଗ (୫୮), ରହିମ ମଣ୍ଡଳ (୪୫), ଗୋପୀବଲ୍ଲଭପୁର ଥାନା ଅଞ୍ଚଳର ସନ୍ତୋଷ ନାଏକ (୪୪), ନିରଞ୍ଜନ ଭୂୟାଁ(୪୫),ଜଗଦୀଶ ନାଏକ (୫୦)ଙ୍କୁ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ଏ ସଂକ୍ରାନ୍ତରେ ଝାରପୋଖରିଆ ଥାନାରେ କେସ୍ ନମ୍ବ ୨୧/୨୬ରେ ଏକ ମାମଲା ରୁଜୁ ହୋଇଛି। ତେବେ ଅସଲ ଗୋରୁ ମାଫିଆଙ୍କୁ ଗିରଫ କରିବାରେ ସକ୍ଷମ ହୋଇପାରିନି ପୁଲିସ।
