ରାଜଧାନୀରୁ ବନ୍ଧୁକ ବେପାରୀ ଗିରଫ । ବେଆଇନ ବନ୍ଧୁକ କାରବାର ଠାବ । ଭୁବନେଶ୍ବରର ସୁନ୍ଦରପଦାରୁ ୨ଟି ସେମି ଅଟୋମେଟେଡ ପିସ୍ତଲ ଜବତ ହୋଇଛି । ଅଭିଯୁକ୍ତକୁ ଗିରଫ କଲା ସ୍ପେଶାଲ କ୍ରାଇମ ୟୁନିଟର ସ୍ପେଶାଲ ଅପରେସନ। ୧୦ରାଉଣ୍ଡ ଜୀବନ୍ତ ଗୁଳି ସହ ଦୁଇଟି କ୍ୟାଟ୍ରିଜ ଜବତ ହୋଇଛି। ଗିରଫ ଅଭିଯୁକ୍ତ ହେଲେ ଅମରେଶ ରାଉତ ଓରଫ କାହ୍ନା । ବନ୍ଧୁକ କାରବାର ପଛରେ ଆନ୍ତଃରାଜ୍ୟ ସିଣ୍ଡିକେଟ ଥିବା ସହନ୍ଦହ କରାଯାଉଛି। ଏ।ସେହିପରି ଜାନୁୟାରୀ ମାସରେ ରାଜଧାନୀରେ ବେଆଇନ ବନ୍ଧୁକ କାରବାର ନେଟୱର୍କ ଖୁଲାସା ହୋଇଥିଲା । ଭୁବନେଶ୍ୱର ବନ୍ଧୁକ ଡେଲିଭରି ପାଇଁ ଆସିବା ବେଳେ ୬ ବନ୍ଧୁକ ଜବତ ହୋଇଥିଲା । ଏହି ଘଟଣାରେ ଚନ୍ଦକାରୁ ମନୋଜ କୁମାର ମଲ୍ଲିକ ଗିରଫ କରିଥିଲା କମିଶନରେଟ୍ ପୋଲିସ। ମନୋଜର ଘର ଯାଜପୁରରେ । ସେ ଭୁବନେଶ୍ୱର ବନ୍ଧୁକ ଡେଲିଭରି ଦେବା ପାଇଁ ଆସିଥିଲା । ବାଇକ ସହ ୬ଟି ବନ୍ଧୁକ ଜବତ ହୋଇଥିଲା । ଏନେଇ ସୂଚନା ଦେଇଥିଲେ ପୋଲିସ କମିସନରଏସ ଦେବଦତ୍ତ ସିଂ।
