Odia News Portal

ରାଜ୍ୟରେ ଧାନ କିଣାକୁ ନେଇ ଅଚଳାବସ୍ଥା ଜାରି, ଆନ୍ଦୋଳନରେ ମିଲର୍ସ

ରାଜ୍ୟରେ ଧାନ କିଣାକୁ ନେଇ ଅଚଳାବସ୍ଥା ଜାରି ।  ଆନ୍ଦୋଳନରେ ମିଲର୍ସ ।  ସରକାରଙ୍କ ସହ ମିଲର୍ସ ଆସୋସିସନର ବୈଠକ ବିଫଳ ପରେ ମଣ୍ଡିରୁ ଉଠୁନି ଧାନ ।  ଶୀତ କାକରରେ ବସ୍ତା ବସ୍ତା ଧାନ ଧରି ବସିରହିଛନ୍ତି ଚାଷୀ ।  ମିଲର୍ସ ଧାନ କିଣିବା ବଦଳରେ ରାଜଧାନୀରେ ନିଜର ହକ ପାଇଁ ପ୍ରତିବାଦ କରୁଛନ୍ତି ।  ଦାବି ପୂରଣ ନେଇ ସରକାର ଲିଖିତ ପ୍ରତିଶୃତି ନ ଦେବା ଯାଏଁ ଆନ୍ଦୋଳନ ଜାରି ରଖିବାକୁ ଚେତାବନୀ ଦେଇଛନ୍ତି ।

ସଂରକ୍ଷଣ ରକ୍ଷଣା ବେକ୍ଷଣ ଓ ପରିବହନ ବାବଦକୁ ୨୦୨୩-୨୪ ଏବଂ ୨୦୨୪-୨୫ ବର୍ଷ ରେ ମିଲର୍ସମାନଙ୍କ ୩୫୦ କୋଟି ଟଙ୍କା ସରକାର ବ୍ରକେୟା ରାଶି ରଖିଛନ୍ତି ।  ଖୁଵଶୀଘ୍ର ସରକାର ଏହି ବାକି ଟଙ୍କା ପୈଠ କରନ୍ତୁ ବୋଲି ସଂଘ ଦାବି କରିଛି ।  ଏଥିସହ ମିଲିଂ ଚାର୍ଜ ବୃଦ୍ଧି କରିବାକୁ ସଂଘ ଦାବି କରିଛି ।  ସରକାରଙ୍କୁ ୧୪ ମାସର ସମୟ ଦିଆଯାଇଥିଲା ।  ହେଲେ ସରକାର ମାସେ ସମୟ ମାଗିଥିଲେ କିନ୍ତୁ ମିଲର୍ସମାନେ ସମୟକୁ ଅପେକ୍ଷା କରିବେ ନାହିଁ ବୋଲି ବୈଠକରେ ସଂଘ ନିଷ୍ପତ୍ତି ନେଇଛି ।