Odia News Portal

୨୪ ଘଣ୍ଟାରେ ଦେଶରେ ୮୧, ୪୬୬ ସଂକ୍ରମିତ, ୪୬୯ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୧, ୪୬୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ୪୬୯ ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି । ତେବେ ଏଭଳି ଭାବେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ସରକାର । କରୋନା ଉପରେ ନିୟନ୍ତ୍ରଣ ଆଣିବାକୁ ସରକାର ଟିକାକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୬,୭୧,୨୪୨ ଜଣ ଲୋକଙ୍କୁ ଟିକା ଦିଆଯାଇଛି ।ଚିହ୍ନଟ ସଂକ୍ରମିତଙ୍କୁ ମିଶାଇ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୨୩,୦୩,୧୩୧ ରେ ପହଞ୍ଚିଛି ।

ଏହାସହ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୬,୧୪,୬୯୬କୁ ବୃଦ୍ଧି ପାଇଛି । ଅନ୍ୟପକ୍ଷେ କରୋନାରେ ପଜିଟିଭ୍ ହୋଇ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୧୧,୫୨୫,୦୩୯ କୁ ବୃଦ୍ଧି ପାଇଛି । ସେହିଭଳି ସଂକ୍ରମଣରେ ମୋଟ ମୃତକଙ୍କ ସଂଖ୍ୟା ୧୬୩,୩୯୬ରେ ପହଞ୍ଚିଛି ।