Odia News Portal

ଆଜିଠୁ ଭାରତ- ଇଂଲଣ୍ଡ ୩ୟ ଟେଷ୍ଟ

ଲଡ୍‌ସ : ଆଜିଠାରୁ ହେଡିଂଲିର ଲିଡ୍‌ସ ଗ୍ରାଉଣ୍ଡରେ ଉଭୟ ଦଳଙ୍କ ମଧ୍ୟରେ ୩ୟ ଟେଷ୍ଟମ୍ୟାଚ୍ ଆରମ୍ଭ ହେବ। ପ୍ରଥମ ଟେଷ୍ଟରେ ଭାରତ ସୁବିଧାଜନକ ସ୍ଥିତିରେ ଥିବା ବେଳେ ବର୍ଷା ଯୋଗୁଁ ମ୍ୟାଚ୍‌ ବିନା ଫଳାଫଳରେ ଶେଷ ହୋଇଥିଲା। ୨ୟ ଟେଷ୍ଟର ପ୍ରଥମ ୪ ଦିନ ଇଂଲଣ୍ଡ ଆଗରେ ରହିଥିବା ବେଳେ ୫ମ ଦିନ ଲଢ଼ୁଆ ଢଙ୍ଗରେ ଭାରତ ମ୍ୟାଚ୍‌କୁ ଫେରିଥିଲା ଏବଂ ବିପୁଳ ବିଜୟ ହାସଲ କରିଥିଲା। ୫ ଦିନରେ ଭାରତୀୟ ୪ ଜଣିଆ ପେସ୍ ବାହିନୀ ଅତ୍ୟନ୍ତ ମାରାତ୍ମକ ନଜର ଆସିଥିଲେ। ୫ ମ୍ୟାଚ୍‌ର ଟେଷ୍ଟ ଶୃଙ୍ଖଳାରେ ଭାରତ ଏବେ ୧-୦ରେ ଆଗୁଆ ରହିଛି।

୨୦୦୨ରେ ଶେଷଥର ପାଇଁ ଲିଡ୍‌ସ ପଡ଼ିଆରେ ଇଂଲଣ୍ଡ ଓ ଭାରତ ମଧ୍ୟ​ରେ ଟେଷ୍ଟ ମ୍ୟାଚ୍‌ ଖେଳା ଯାଇଥିଲା। ଏଥିରେ ସଚିନ ତେନ୍ଦୁଲକରଙ୍କ ୧୯୩, ରାହୁଲ ଦ୍ରାବିଡ଼ଙ୍କ ୧୪୮ ଓ ସୌରଭ ଗାଙ୍ଗୁଲିଙ୍କ ୧୨୮ ରନ୍ ବଳରେ ଭାରତ ଇନିଂସ ବିଜୟ ହାସଲ କରିଥିଲା। ଏବେ ଉପରୋକ୍ତ ୩ ମହାରଥୀଙ୍କ ପରି ବ୍ୟାଟ୍‌ସମ୍ୟାନ୍ ଭାରତୀୟ ଦଳରେ ନାହାନ୍ତି ସତ; ଏ​‌େ​‌ବ ଭାରତୀୟ ଦଳରେ ପେସ୍ ଆକ୍ରମଣ ଯେତେ ଶକ୍ତିଶାଳୀ ଅଛି; ୧୯ ବର୍ଷ ତଳେ ସେପରି ନଥିଲା। ଏହି କାରଣରୁ ୩ୟ ଟେଷ୍ଟରେ ଭାରତ ଜିତିବାର ସମ୍ଭାବନା ଅଧିକ। ୨୦୧୧, ୨୦୧୪ ଓ ୨୦୧୮ରେ ଇଂଲଣ୍ଡ ଗସ୍ତରେ ଭାରତ ୧ରୁ ଅଧିକ ଟେଷ୍ଟମ୍ୟାଚ୍ ଜିତି ପାରିନଥିଲା।