Odia News Portal

ଇଣ୍ଡିଆ ଗେଟରେ ସ୍ଥାପନ ହେବ ନେତାଜୀଙ୍କ ପ୍ରତିମୂର୍ତ୍ତୀ

ନୂଆଦିଲ୍ଲୀ ଇଣ୍ଡିଆ ଗେଟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍ କରି ସୂଚନା ଦେଇଛନ୍ତି । ନେତାଜୀଙ୍କ ୧୨୫ତମ ଜୟନ୍ତୀ ଅବସରରେ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ । ଗ୍ରାନାଇଟରେ ତିଆରି ପ୍ରତିମୂର୍ତ୍ତି ସ୍ଥାପନ କରାଯିବ । ଗ୍ରାନାଇଟ୍ ମୂର୍ତ୍ତି ତିଆରି ହେବା ପର୍ୟ୍ୟନ୍ତ ହୋଲୋଗ୍ରାମ ଷ୍ଟାଚ୍ୟୁ ଲାଗିବ । ହୋଲୋଗ୍ରାମ ଷ୍ଟାଚ୍ୟୁ ୨୩ ତାରିଖ ନେତାଜୀ ଜୟନ୍ତୀରେ ଅନାବରଣ ହେବ ।