Odia News Portal

ଶ୍ରୀଲଙ୍କାକୁ ଭାରତର ସହାୟତା ଜାରି

 ଭାରତ ପୁଣି ଥରେ ଅନଟନ ଗ୍ରସ୍ତ ଶ୍ରୀଲଙ୍କାକୁ ବିପୁଳ ପରିମାଣର ପେଟ୍ରୋଲ ପଠାଇଛି। ପଡ଼ୋଶୀ ଦେଶର କର୍ତ୍ତବ୍ୟ ପାଳନ ପୂର୍ବକ ଭାରତ ସଙ୍କଟ ସମୟରେ ଶ୍ରୀଲଙ୍କାକୁ ସହାୟତା ଜାରି ରଖିଛି। ତେବେ ଭାରତ ପ୍ରଥମ ଥର ଶ୍ରୀଲଙ୍କାକୁ ପେଟ୍ରୋଲ-ଡିଜେଲ ପଠାଇ ନାହିଁ। ଏହା ପୂର୍ବରୁ ମଧ୍ୟ ଦୁଇଥର ପେଟ୍ରୋଲ ଯୋଗାଇ ଭାରତ ଶ୍ରୀଲଙ୍କାକୁ ସାହାଯ୍ୟ କରିଥିଲା। ସୋମବାର ଭାରତ ପୁଣି ଥରେ ଶ୍ରୀଲଙ୍କାକୁ ୪୦,୦୦୦ ମେଟ୍ରିକ୍ ଟନ୍ ଡିଜେଲ୍ ପଠାଇଛି। ଏହି ତେଲ ଆଜି ଶ୍ରୀଲଙ୍କାର ରାଜଧାନୀ କଲମ୍ବୋରେ ପହଞ୍ଚିବ। ଶ୍ରୀଲଙ୍କା ସମ୍ପ୍ରତି ଉଭୟ ରାଜନୈତିକ ଏବଂ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି । ଉତ୍କଟ ଅର୍ଥନୈତିକ ସଙ୍କଟ ସମୟରେ ବଡ଼ଭାଇ ଭାବେ ଭାରତ ଶ୍ରୀଲଙ୍କାକୁ ସବୁ କ୍ଷେତ୍ରରେ ସାହାଯ୍ୟ କରିଛି।

ଏହାପୂର୍ବରୁ ଶ୍ରୀଲଙ୍କାର ବୁଡ଼ି ଯାଉଥିବା ଅର୍ଥନୀତିକୁ ପୁନର୍ଜୀବିତ କରିବା ପାଇଁ ଭାରତ ଏକ ବିଲିୟନ ଆମେରିକୀୟ ଡଲାରର ଋଣ ମଧ୍ୟ ଘୋଷଣା କରିଥିଲା। ପ୍ରାୟ ୨ ମାସ ପୂର୍ବେ ଭାରତ ଶ୍ରୀଲଙ୍କାକୁ ୩୬ ହଜାର ମେଟ୍ରିକ୍ ଟନ୍ ପେଟ୍ରୋଲ ଏବଂ ୪୦ ହଜାର ମେଟ୍ରିକ୍ ଟନ୍ ଡିଜେଲ ପଠାଇଥିଲା। ଭାରତ ବର୍ତମାନ ସୁଦ୍ଧା ଶ୍ରୀଲଙ୍କାକୁ ୨.୭୦ ଲକ୍ଷ ମେଟ୍ରିକ ଟନରୁ ଅଧିକ ଇନ୍ଧନ ତୈଳ ପଠାଇଲାଣି।