Odia News Portal

ବର୍ଷା ଯୋଗୁଁ ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି-୨୦ ବାତିଲ

ବର୍ଷା ଯୋଗୁଁ ଆଜି ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍ ଗୋଟିଏ ବି ବଲ୍ ପଡ଼ିବା ବିନା ବାତିଲ ହୋଇଛି। ବର୍ଷା ଯୋଗୁଁ ଟସ୍ ମଧ୍ୟ ହୋଇପାରି ନଥିଲା।

ଟି-୨୦ ବିଶ୍ୱକପ୍‌ର ଉଭୟ ସେମିଫାଇନାଲିଷ୍ଟ ଦଳ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ପରସ୍ପର ୩ଟି ଟି-୨୦ ଓ ତିନୋଟି ଦିନିକିଆ ଖେଳିବା କାର୍ଯ୍ୟକ୍ରମ ରହିଛି। ତେବେ ପ୍ରଥମ ମ୍ୟାଚ୍ ବାତିଲ ହେବା ପରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଏବେ ଦୁଇଟି ମ୍ୟାଚରେ ସୀମିତ ରହିଯାଇଛି । ସିରିଜର ଦ୍ୱିତୀୟ ଟି-୨୦ ମ୍ୟାଚ୍ ରବିବାର ମାଉଣ୍ଟ ମାଉଙ୍ଗାନୁଇରେ ଖେଳାଯିବ । ଏହି ସିରିଜରେ ହାର୍ଦ୍ଦିକ ପାଣ୍ଡ୍ୟା ଭାରତୀୟ ଦଳର ଅଧିନାୟକ ଦାୟିତ୍ବ ତୁଲାଉଛନ୍ତି । ରୋହିତ ଶର୍ମା, ବିରାଟ କୋହଲି ଏବଂ କେ.ଏଲ୍ ରାହୁଲଙ୍କୁ ଏହି ଗସ୍ତରୁ ବିଶ୍ରାମ ଦିଆଯାଇଛି ।