ମସ୍କୋ:ଆଗାମୀ ମେ’ ୧ ତାରିଖରୁ ଭାରତରେ ଆରମ୍ଭ ହେଉଛି ତୃତୀୟ ପର୍ଯ୍ୟାୟ କରୋନା ଟିକାକରଣ । ଟିକାକରଣ ନେଇ ଏକ ଖୁସି ଖବର ଆସିଛି । କୋଭିଡ-19 ବିରୋଧରେ ଋଷିଆର ସ୍ପୁଟନିକ୍-ଭି ଟିକାକୁ ଭାରତ ମେ ୧ ରେ ପ୍ରଥମ ବ୍ୟାଚ୍ ଗ୍ରହଣ କରିବ ବୋଲି ଋଷିଆର ପ୍ରତ୍ୟକ୍ଷ ନିବେଶ ପାଣ୍ଠିର ମୁଖ୍ୟ କିରିଲ୍ ଡିମିଟ୍ରିଭ୍ କହିଛନ୍ତି। ପ୍ରଥମ ବ୍ୟାଚରେ କେତେ ଟିକା ହେବ କିମ୍ବା କେଉଁଠାରେ ତିଆରି ହେବ ସେ କହି ନାହାଁନ୍ତି।
COVID-19 ମହାମାରୀର ଦ୍ୱିତୀୟ ତରଙ୍ଗରେ ଭାରତ ସଂକ୍ରମଣର ମୁକାବିଲା ପାଇଁ ସଂଘର୍ଷ କରୁଛି। ବ୍ରିଟେନ, ଜର୍ମାନୀ ଏବଂ ଆମେରିକା ଭଳି ଦେଶ ଜରୁରୀ ଚିକିତ୍ସା ସହାୟତା ପଠାଇବାକୁ ପ୍ରତିଶୃତି ଦେଇଛନ୍ତି। ସୋମବାର ଦିନ ପ୍ରଥମ ଡ଼ୋଜ ବିତରଣ କରାଯିବ ବୋଲି ଡିମିଟ୍ରିଭ ସୋମବାର କହିଛନ୍ତି ଏବଂ ଆଶା କରିଛନ୍ତି ଯେ ଋଷିଆର ଯୋଗାଣ ଭାରତକୁ ମହାମାରୀରୁ ବାହାରକୁ ଯିବାରେ ସାହାଯ୍ୟ କରିବ। ସର୍ବଭାରତୀୟ ସ୍ତରରେ ସ୍ପୁଟନିକ୍-ଭି ମାର୍କେଟିଂ କରୁଥିବା ଋଷିଆର ଆରଡିଆଇଏଫ ସାର୍ବଭୌମ ସ୍ୱାସ୍ଥ୍ୟ ଧନ ପାଣ୍ଠି ବର୍ଷକୁ ୮୫୦ ନିୟୁତ ଡୋଜ ଟିକା ପାଇଁ ପାଞ୍ଚଜଣ ଅଗ୍ରଣୀ ଭାରତୀୟ ଉତ୍ପାଦକଙ୍କ ସହ ଚୁକ୍ତିନାମା କରିସାରିଛି। ଭାରତରେ ଟିକା ଉତ୍ପାଦନ ଗ୍ରୀଷ୍ମ ସୁଦ୍ଧା ମାସକୁ ୫୦ ନିୟୁତ ଡୋଜରେ ପହଞ୍ଚିବ ଏବଂ ଆହୁରି ବୃଦ୍ଧି ପାଇବ ବୋଲି ଆରଡିଏଫ୍ କହିଛି।
						
			