Odia News Portal

ସଫଳ ହେଲା ଭାରତ, ସିଡନୀ ଟେଷ୍ଟ୍ ଡ୍ର

ସିଡନୀ: ସିଡନୀ ଟେଷ୍ଟରେ ଭାରତର ଦମଦାର ପ୍ରଦର୍ଶନ । ଖରାପ ସ୍ଥିତିରୁ ବାହାରି ମ୍ୟାଚ ଡ୍ର ରଖିବାରେ ସଫଳ ହୋଇଛି ଭାରତୀୟ ଦଳ । ଆଜି ଶେଷ ଦିନରେ ଅଧିନାୟକ ରାହାଣେ ୪ ରନ କରି ଆଉଟ ହେବା ପରେ ଭାରତୀୟ ଦଳ ଉପରେ ଅଧିକ ଚାପ ପଡିଥିଲା ।

ଭାରତ ୪୦୭ ବିଶାଳ ଟାର୍ଗେଟର ପିଛା କରୁଥିବା ବେଳେ ଚେତେଶ୍ୱର ପୂଜାରା ଓ ରିସଭ ପନ୍ତ ସମ୍ଭାବନା ସୃଷ୍ଟି କରିଥିଲେ । ଆହତ ସତ୍ୱେ ୧୧୮ ବଲରେ ଆକର୍ଷଣୀୟ ୯୭ ରନ କରି ରିସଭ ପନ୍ଥ ଆଉଟ ହେବା ବେଳକୁ ଭାରତ ଦୃଢ ସ୍ଥିତିରେ ପହଞ୍ଚି ଥିଲା । କିନ୍ତୁ ତାପରେ ୭୭ ରନ କରି ପୂଜାରା ପାଭିଲିୟନ ଫେରିବା ପରେ ଭାରତ ପରାଜୟ ଆଶଙ୍କା ଭିତରକୁ ଠେଲି ହୋଇଯାଇଥିଲା ।

ହେଲେ ଷଷ୍ଠ ୱିକେଟରେ ହନୁମା ବିହାରୀ ଓ ଆର ଅଶ୍ୱିନ ଅଷ୍ଟ୍ରେଲିଆର ଘାତକ ବୋଲିଂକୁ ସାମନା କରି ୪୩ ଓଭର ଧରି ବ୍ୟାଟିଂ କରି ମ୍ୟାଚ ବଞ୍ଚାଇବାରେ ସଫଳ ହୋଇଥିଲେ । ଉଭୟ ସତର୍କତାର ସହ ଖେଳି ମ୍ୟାଚ୍ ଡ୍ର ରଖିଥିଲେ । ହନୁମା ୨୩ ରନ୍ କରିଥିବା ବେଳେ ଅଶ୍ୱିନ ୩୯ ରନ୍ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଜୋସ୍ ହେଜେଲହୁଡ଼ ଓ ନାଥନ ଲାୟନ ୨ଟି ଲେଖାଏଁ ଓ୍ୱିକେଟ୍‌ ନେଇଥିବା ବେଳେ ପ୍ୟାଟ୍ କ୍ୟୁମିନ୍ସ ଗୋଟିଏ ଓ୍ୱିକେଟ୍ ନେଇଥିଲେ ।