Odia News Portal

ନିରାଶ କଲେ ବୋଲର, ଅଷ୍ଟ୍ରେଲିଆ ୧୬୬/୨

ସିଡନୀ : ଭାରତ ଓ ଅଷ୍ଟ୍ରେଲିଅ ମଧ୍ୟରେ ଆଜିଠାରୁ ତୃତୀୟ ଟେଷ୍ଟ ଆରମ୍ଭ ହୋଇଛି । ପ୍ରଥମ ଦିବସ ଆରମ୍ଭରୁ ବର୍ଷା ଖେଳର ମଜା ବିଗାଡ଼ିଥିଲା । ଫଳରେ ଆଜି ୫୫ ଓଭର ଖେଳ ସମ୍ଭବ ହୋଇଛି । ଟେଷ୍ଟର ପ୍ରଥମ ଦିବସରେ କଙ୍ଗାରୁ ବ୍ୟାଟ୍ସମ୍ୟାନଙ୍କ ଦବଦବା ଦେଖିବାକୁ ମିଳିଥିବା ଭାରତୀୟ ବୋଲରଙ୍କୁ ମିଳିଛି ଦୁଇଟି ସଫଳତା । ପ୍ରଥମ ଦିବସ ଖେଳ ସୁଦ୍ଧା ୨ ୱିକେଟ୍ ହରାଇ ୧୬୬ ରନ୍ କରିଛି । ଷ୍ଟମ୍ପ ଅପସାରଣ ବେଳକୁ ଲାବୁଶେନ୍ ୬୭ ଓ ଷ୍ଟିଭ୍ ସ୍ମିଥ୍ ୩୧ ରନ୍ କରି ଅପରାଜିତ ରହିଛନ୍ତି । ନବାଗତ ବ୍ୟାଟ୍ସମ୍ୟାନ ୱିଲ ପୁକୋଭସ୍କି ଦମଦାର ବ୍ୟାଟିଂ କରି ୬୨ ରନର ଇନିଂସ୍ ଖେଳିଥିବା ବେଳେ କମବ୍ୟାକ୍ ମ୍ୟାନ୍ ଡେଭିଡ୍ ୱାର୍ଣ୍ଣର ନିରାଶ କରିଛନ୍ତି । ଅନ୍ୟପକ୍ଷରେ ଭାରତ ପକ୍ଷରୁ ପଦାର୍ପଣ ଟେଷ୍ଟ କରିଥିବା ନବଦୀପ ସାଇନି ଓ ମହମ୍ମଦ ସିରାଜ ଗୋଟିଏ ଲେଖାଏ ୱିକେଟ୍ ନେଇଛନ୍ତି ।

ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଅ।ରମ୍ଭ ହୋଇଥିବା ଟେଷ୍ଟରେ ଅଷ୍ଟ୍ରେଲିଆ । କ୍ୟାପଟେନ୍ ଟିମ୍ ପେନ୍ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଅ।ହତ କାରଣରୁ ଟି-୨୦ ସିରିଜ୍ ଓ ପ୍ରଥମ ଦୁଇଟି ଟେଷ୍ଟରୁ ବାଦ୍ ପଡ଼ିଥିବା ନିୟମିତ ଡେଭିଡ୍ ୱାର୍ଣ୍ଣର ଏହି ମ୍ୟାଚ୍ ଜରିଅ।ରେ କମବ୍ୟାକ୍ କରିଛନ୍ତି । କିନ୍ତୁ ତାଙ୍କର ପ୍ରତ୍ୟାବର୍ତ୍ତନ ନୈରାଶ୍ୟଜନକ ରହିଛି । ୱାର୍ଣ୍ଣର ମାତ୍ର ୫ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ । ତାଙ୍କୁ ମହମ୍ମଦ ସିରାଜ ଅ।ଉଟ୍ କରିଥିଲେ । ପ୍ରଥମ ସେସନର ୭.୧ ଓଭରରେ ବର୍ଷା ଅ।ରମ୍ଭ ହୋଇଥିଲା, ଯେଉଁକାରଣରୁ ପ୍ରାୟ ୨ରୁ ୩ ଘଣ୍ଟା ଖେଳ ବନ୍ଦ ରହିଥିଲା । ବର୍ଷା ଛାଡ଼ିବା ପରେ ପୁଣି ଖେଳ ଅ।ରମ୍ଭ ହୋଇଥିଲା ।

ବର୍ଷା ପରେ ଯୁବ ବ୍ୟାଟ୍ସମ୍ୟାନ୍ ମାର୍ନସ୍ ଲାବୁଶେନ୍ ଓ ଡେବ୍ୟୁଟାଣ୍ଟ ପୁକୋଭସ୍କି ଜବରଦସ୍ତ ବ୍ୟାଟିଂ କରିଥିଲେ । ପୁକୋଭସ୍କି ଟେଷ୍ଟ ସ୍କ୍ୱାଡରେ ସ୍ଥାନ ପାଇଥିଲେ ହେଁ, ଅ ।ହତ କାରଣରୁ ପ୍ରଥମ ଦୁଇଟି ମ୍ୟାଚରୁ ବାଦ୍ ପଡ଼ିଥିଲେ । କିନ୍ତୁ ଏଠାରେ ସେ ଜବରଦସ୍ତ ପଦାର୍ପଣ କରିଛନ୍ତି । ପୁକୋଭସ୍କି ଏକାଧିକ ଜୀବନଦାନର ଫାଇଦା ଉଠାଇ ଅର୍ଦ୍ଧଶତକ ମାରିଛନ୍ତି । ପୁକୋଭସ୍କି ଓ ଲାବୁଶେନ୍ ଅଷ୍ଟ୍ରେଲିଅ ।କୁ ପ୍ରାରମ୍ଭିକ ସଙ୍କଟରୁ ରକ୍ଷା କରି ଦ୍ୱିତୀୟ ୱିକେଟ ପାଇଁ ଶତକୀୟ (୧୦୦) ପାର୍ଟନରଶିପ୍ କରିଛନ୍ତି । ତେବେ ପୁକୋଭସ୍କିଙ୍କ ଇନିଂସରେ ବ୍ରେକ୍ ଲଗାଇଥିଲେ ଭାରତୀୟ ଡେବ୍ୟୁଟାଣ୍ଟ ସାଇନି । ଘରୋଇ ଦଳର ସ୍କୋର ୧୦୬ ଥିବା ବେଳେ ସାଇନିଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇଥିଲେ ପୁକୋଭସ୍କି । ପୁକୋଭସ୍କି ୧୧୦ ବଲରେ ୪ ଚୌକା ସହ ୬୨ ରନର ଇନିଂସ୍ ଖେଳିଥିଲେ ।

ପୂରା ସିରିଜରେ ନିରାଶ କରିଥିବା ଷ୍ଟିଭ୍ ସ୍ମିଥ୍ ଠିକଣା ସମୟରେ ଫର୍ମକୁ ଫେରିଛନ୍ତି । ସ୍ମିଥ୍ ଓ ଲାବୁଶେନ୍ ତୃତୀୟ ୱିକେଟ୍ ପାଇଁ ଅପରାଜିତ ୬୦ ରନର ଭାଗିଦାରୀ କରି ଅଷ୍ଟ୍ରେଲିଆକୁ ମଜଭୁତ ସ୍ଥିତିରେ ପହଞ୍ଚାଇଛନ୍ତି । ଲାବୁଶେନ୍ ୧୦୮ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଛନ୍ତି ।ଅନ୍ୟପକ୍ଷରେ ଅଭିଜ୍ଞ ପେସ୍ ବୋଲରଙ୍କ ଅନୁପସ୍ଥିତି ଭାରତ ପାଇଁ ସମସ୍ୟା ସୃଷ୍ଟି କରିଛି । ଏହାଛଡ଼ା ୱିକେଟକିପର ଋଷଭ ପନ୍ତଙ୍କ ଦ୍ୱାରା ଏକାଧିକ କ୍ୟାଚ୍ ହାତଛଡ଼ା ଭାରତକୁ ମହଙ୍ଗା ପଡ଼ିଛି । ଯଶପ୍ରୀତ ବୁମରା, ରବିଚନ୍ଦ୍ରନ୍ ଅଶ୍ୱିନ୍ ଓ ରବୀନ୍ଦ୍ର ଜାଡେଜା କୌଣସି ସଫଳତା ପାଇନାହାନ୍ତି । ଅ।ସନ୍ତାକାଲି ଦ୍ୱିତୀୟ ଦିବସରେ ଭାରତ ଘରୋଇ ଦଳକୁ ସଅଳ ଅଲଅ ।ଉଟ୍ କରିବାକୁ ଲକ୍ଷ୍ୟ ରଖିଛି ।
ସଂକ୍ଷିପ୍ତ ସ୍କୋର
ଅଷ୍ଟ୍ରେଲିଅ। ପ୍ରଥମ ଇନିଂସ୍ ୧୬୬/୨, ୫୫ ଓଭର୍: ଡେଭିଡ୍ ୱାର୍ଣ୍ଣର ୫, ୱିଲ ପୁକୋଭସ୍କି ୬୨, ମାର୍ନସ୍ ଲାବୁଶେନ୍ ୬୭ଞ୍ଚ, ଷ୍ଟିଭ୍ ସ୍ମିଥ୍ ୩୧ଞ୍ଚ, ମହମ୍ମଦ ସିରାଜ୍ ୧/୪୬, ନବଦୀପ ସାଇନି ୧/୩୨ ।