Odia News Portal

ହିଟମ୍ୟାନ୍ ରୋହିତଙ୍କ ଦମଦାର ଶତକ

ଚେନ୍ନାଇ: ଟେଷ୍ଟ ମ୍ୟାଚରେ ରୋହିତ ଶର୍ମାଙ୍କ ଦମଦାର ଶତକ | ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ରୋହିତ ଶର୍ମାଙ୍କ ଧୂଆଁଧାର ଶତକ ଅର୍ଜନ କରିଛନ୍ତି । ରୋହିତ ଓପନିଂରେ ଆସି ଦମଦାର୍ ବ୍ୟାଟିଂ କରିଥିଲେ । ୧୩୦ ବଲରୁ ଶତକ କରିଛନ୍ତି ହିଟମ୍ୟାନ୍ ରୋହିତ ଶର୍ମା ।

ଆଜିର ଟେଷ୍ଟରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଦଳର ଓପନର ଶୁଭମନ ଗିଲ୍ କୌଣସି ରନ୍ ନକରି ପ୍ୟାଭିଲିୟନ ଫେରିଥିଲେ । ଯାହା ଦଳକୁ ଏକ ଶକ୍ତ ଝଟକା ଦେଇଥିଲା । ସେହିଭଳି ଗିଲଙ୍କ ପରେ ଚେତେଶ୍ୱର ପୂଜାରା ମଧ୍ୟ ୨୧ ରନ୍ କରି ଆଉଟ୍ ହୋଇଥିଲେ । ଅଧିନାୟକ ବିରାଟ କୋହଲି ମଧ୍ୟ କୌଣସି ରନ୍ ନ କରି ବୋଲ୍ଡ ହୋଇଥିଲେ । କିନ୍ତୁ ଓପନର୍ ରୋହିତ ଶର୍ମା ନିଜର ଆକର୍ଷଣୀୟ ବ୍ୟାଟିଂ ଜାରି ରଖିଥିଲେ । ସେ ଇଂଲଣ୍ଡର ବୋଲରଙ୍କୁ ମାତ୍ ଦେବା ସହ ବିସ୍ଫୋକ ବ୍ୟାଟିଂ କରି ୧୩୦ ବଲରୁ ଶତକ ହାସଲ କରିଥିଲେ ।

ତେବେ ରୋହିତ ଶର୍ମା ୨୩୧ ବଲରେ ୧୬୧ ରନ କରିଛନ୍ତି | ତେବେ ଦଳ ୬ ଓ୍ୱିକେଟ୍ ହରାଇ ୨୮୮ ରନ୍ କରିଛି । ଇଂଲଣ୍ଡ ପକ୍ଷରୁ ଓଲି ଷ୍ଟୋନ୍, ଜ୍ୟାକ୍ ଲେଚ୍ ଓ ମୋଇନ ଅଲ୍ଲୀ ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଛନ୍ତି ।