Odia News Portal

ବଦଳିଲା ଯବାନଙ୍କ ୟୁନିଫର୍ମ

ଆଜି ପାଳିତ ହେଉଛି ଯବାନଙ୍କ ୭୪ ତମ ପ୍ରତିଷ୍ଠା ଦିବସ । ଭାରତୀୟ ଯବାନଙ୍କୁ ସମ୍ମାନ ଜଣାଉଛି ସମଗ୍ର ଦେଶ । ଶନିବାର ସେନାର ପାରାସୁଟ ରେଜିମେଣ୍ଟର ଯୁନିଫର୍ମରେ ପରିବର୍ତ୍ତନ ଘଟିଛି । ଜାତୀୟ ଖବର ସରାବରାହ ସଂସ୍ଥା ଇଘଓ ଏହି ସୂଚନା ପ୍ରଦାନ କରିଛନ୍ତି । ପ୍ରଥମ ଥର ପାଇଁ ପାରାସୁଟ ରେଜିମେଣ୍ଟ ନୂଆ ୟୁନିଫର୍ମରେ ନଜର ଆସିଛନ୍ତି ।
ଏହି ପ୍ରତିଷ୍ଠା ଦିବସ ଅବସରରେ ଯବାନମାନେ ନୂଆ ପୋଷାକ ପରିଧାନ କରି ପରେଡ କରିଥିଲେ । ପ୍ରଥମଥର ପାଇଁ ସାର୍ବଜନୀନ ହୋଇଥିଲା ଏହି ନୂତନ ୟୁନିଫର୍ମ । ସୂଚନା ମୁତାବକ ଏହି ୟୁନିଫର୍ମ ଡିଜିଟାଲ କମ୍ବୋର୍ଡ ପଦ୍ଧତିରେ ନିର୍ମାଣ କରାଯାଇଛି । ସମସ୍ତ ପ୍ରକାର ପାରିପାର୍ଶ୍ୱିକ ପରିସ୍ଥିତିକୁ ଦେଖି ସେନାକୁ ଏହି ୟୁନିଫର୍ମ ପ୍ରଦାନ କରାଯାଇଛି ।
ଶତ୍ରୁ ପକ୍ଷ ବିରୋଧରେ ଯୁଦ୍ଧ କରିବାବେଳେ ଏହି ଡ୍ରେସ ଯବାନଙ୍କୁ ବିଭିନ୍ନ ପ୍ରକାର ସହାୟକ ହୋଇଥାଏ । ଯୁଦ୍ଧ କ୍ଷେତ୍ରରେ କାର୍ୟ୍ୟ କଲାବେଳେ ଏହିଭଳି ଯୁନିଫର୍ମ ଶତ୍ରୁପକ୍ଷକୁ ନାକେଦମ କରିଥାଏ । ଯେପରି ସହଜରେ ଏଭଳି ପୋଷାକ ଚିହ୍ନାଏ ଦେଇନଥାଏ । ପରିସ୍ଥିତିକୁ ଏକଦମ ସହାୟ ହୋଇଥାଏ । ଏହି ପୋଷାକରେ ବିଭିନ୍ନ ପ୍ରକାର ସୁବିଧା ମଧ୍ୟ ରହିଛି । ଏହି ପୋଷାକ ଆଜି ଆସିନାହିଁ । ପୂର୍ବରୁ ଏହାକୁ ନେଇ ବିଭିନ୍ନ ଗବେଷଣା ମାନ ଜାରି ରହିଥିଲା । ପରବର୍ତ୍ତୀ ସମୟରେ ସେନାର କର୍ମଚାରୀ ଉକ୍ତ ପୋଷାକକୁ ଟ୍ରାଏଲ କରିଥିଲେ । ଶେଷରେ ପାରାସୁଟ ରେଜିମେଣ୍ଟ ପାଇଁ ଏହି ୟୁନିଫର୍ମକୁ ମିଳିଥିଲା ସିଗନାଲ ।